ମୁଖ୍ୟ ଖବର
ନୂଆଦିଲ୍ଲୀ : ବଲିଉଡର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଜଣେ ଅଭିନେତ୍ରୀଙ୍କୁ ୩ ବର୍ଷରୁ ଅଧିକ ସମୟ ଧରି ଦୁଷ୍କର୍ମ କରିବା ଓ ତାଙ୍କ ଗର୍ଭପାତ କରିବା ପାଇଁ ବାଧ୍ୟ କରିଥିବା ମାମଲାରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ଏଫଆଇଆରରେ ମିଥୁନଙ୍କ ପତ୍ନୀ ଯୋଗିତା ବାଲିଙ୍କ ନାମ ମଧ୍ୟ ରହିଛି ।
ଅଭିଯୋଗ ଅନୁଯାୟୀ, ମହାଅକ୍ଷୟ ୨୦୧୫ରେ ତାଙ୍କୁ ତାଙ୍କ ବାସଭବବନକୁ ଡାକିଥିଲେ । ସେଠାରେ ସେ ତାଙ୍କୁ ନିଶା ମିଶ୍ରିତ ସଫ୍ଟ ଡ୍ରିଙ୍କ ଦେଇଥିଲେ । ସେ ବେହୋସ ହୋଇଯିବା ପରେ ମହାକ୍ଷୟ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ତେବେ ଖାଲି ସେତିକି ନୁହେଁ ମହାକ୍ଷୟ ତାଙ୍କୁ ବିବାହ କରିବା ବାହାନା ଦେଖାଇ ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ଯୌନ ନିର୍ଯାତନ ଦେଇଥିଲେ । ମୁମ୍ବାଇ ପୁଲିସ ଉକ୍ତ ମାମଲାରେ ତଦନ୍ତ ଆରମ୍ଭ କରିବା ସହ ମହାଅକ୍ଷୟ ଏବଂ ତାଙ୍କ ମା’ଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।
Comments ସମସ୍ତ ମତାମତ