Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ହାଇଭୋଲଟେଜ ଲଢେଇରେ ମୀନାକ୍ଷୀ ଚାଟାର୍ଜୀଙ୍କ ଏଂଟ୍ରି

    Share on :
    ajab-Image
    Date: Mar 13, 2021    Views: 4886

    ଆଉ ବୟସ୍କ ନୁହେଁ, ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଦେଉଛି ବାମ ଦଳ  । ଯାହାର ନଜିର ପଶ୍ଚିମବଙ୍ଗ ନିର୍ବାଚନରେ ଦେଖିବାକୁ ମିଳିଛି  । ସିପିଏମର ଯୁବ ସଂଗଠନ ଡେମୋକ୍ରାଟିକ ୟୂଥ ଫେଡେ଼ରେସନ ଅଫ ଇଣ୍ଡିଆର ପ୍ରଦେଶ ମୁଖ୍ୟ ମୀନାକ୍ଷୀ ମୁଖାର୍ଜୀଙ୍କୁ ଦଳ ପ୍ରାର୍ଥୀ କରିଛି  । ନନ୍ଦିଗ୍ରାମରେ ମମତା ଓ ଶୁଭେନ୍ଦୁଙ୍କ ମଧ୍ୟରେ ହାଇଭୋଲଟେଜ ଲଢେ଼ଇ ହେବାକୁ ଯାଉଥିବାବେଳେ ସେଠାରେ ସିପିଏମ ମୀନାକ୍ଷୀ ମୁଖାର୍ଜୀ ବି ମଇଦାନକୁ ଓହ୍ଲାଇଛନ୍ତି  ।

    ୧୯୮୬ ଅପ୍ରେଲ ୨୬ରେ ମୀନାକ୍ଷୀ ମୁଖାର୍ଜୀ ପଶ୍ଚିମବଙ୍ଗ ଚଲବଲପୁର ଅନ୍ତର୍ଗତ କୁଲତିରେ ଜନ୍ମଗ୍ରହଣ କରିଥିଲେ  । ଦୁର୍ଗାପୁର କଲେଜରୁ ସେ ବିଇଡ଼ି ଡିଗ୍ରୀ ବି ହାସଲ କରିଛନ୍ତି  । ଜଣେ ଅଗ୍ନିବର୍ଷୀ ଛାତ୍ରୀ ନେତ୍ରୀ ଭାବେ ସେ ସୁଖ୍ୟାତି ଅଜର୍ନ କରିଛନ୍ତି  । ସାମାଜିକ ଗଣମାଧ୍ୟମରେ ଲାଇଭ ଆସି ସେ ଅନେକ ସମୟରେ ମମତା ବାନାର୍ଜୀ ଓ ମୋଦି ସରକାରଙ୍କୁ କଠୋର ସମାଲୋଚନା କରି ଆସୁଛନ୍ତି  । ନନ୍ଦିଗ୍ରାମରେ ମୀନାକ୍ଷୀଙ୍କର ସେତେଟା ଧାକ ନଥିଲେ ବି ତାଙ୍କର ରାଜ୍ୟରେ ବେଶ ଲୋକପ୍ରିୟତା ରହିଛି  । ଭଲ ବକ୍ତବ୍ୟ ଦେବାରେ ମାହିର ମୀନାକ୍ଷୀଙ୍କୁ ସେଥିପାଇଁ ସିପିଏମ ପ୍ରାର୍ଥୀ କରିଛି  ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook