Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଅଗଷ୍ଟ ୩୧ ଯାଏ ମଧ୍ୟାହ୍ନ ଭୋଜନ

    Share on :
    ajab-Image
    Date: Jul 25, 2020    Views: 3473

    ଭୁବନେଶ୍ୱର: କରୋନା ସଂକ୍ରମଣ କମିବାର ନାଁ ଧରୁନି । ଦିନକୁ ଦିନ ବ୍ୟାପକ ହେବାରେ ଲାଗି ଥିବାରୁ ସ୍କୁଲ ଖୋଲିବା ସମ୍ଭବପର ହେଉନାହିଁ । ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ଅଗଷ୍ଟ ୩୧ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବଣ୍ଟନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୧୭ ରୁ ଜୁନ ୧୩ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବାବଦ ଚାଉଳ ଓ ରୋଷେଇ ଖର୍ଚ୍ଚ ଦିଆଯାଇଥିଲା । ଏବେ ଜୁନ ୧୪ରୁ ପିଛିଲା ଭାବେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟାହ୍ନ ଭୋଜନ ଚାଉଳ ଓ ରୋଷେଇ ବାବଦ ଖର୍ଚ୍ଚ ଦିଆଯିବ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook