Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମେସିଙ୍କୁ ସପ୍ତମ ଲା’ ଲିଗା ସ୍ୱର୍ଣ୍ଣ

    Share on :
    ajab-Image
    Date: Jul 21, 2020    Views: 3091

    ମାଡି୍ରଡ: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ନିଜ ଖେଳ ଜୀବନରେ ସପ୍ତମ ଥର ପାଇଁ ଲା’ଲିଗା ପ୍ରତିଯୋଗିତାରେ ଅଗ୍ରଣୀ ଗୋଲ ସ୍କୋରର ହୋଇ ସ୍ୱର୍ଣ୍ଣଜୋତା ବିଜେତା ହୋଇଛନ୍ତି । ଲିଗ ଶେଷରେ ମେସି ୨୫ ଗୋଲ ଓ ୨୧ ସହାୟତା ସହିତ ପିଚିଚି ଟ୍ରଫି ଜିତିଛନ୍ତି । ଆଲାଭସ ବିପକ୍ଷ ଶେଷ ରାଉଣ୍ଡ ମୁକାବିଲାରେ ବାର୍ସିଲେନା ୫-୦ ରେ ଜିତିଥିବା ବେଳେ ମେସି ୨ ଗୋଲ ଦେଇଥିଲେ । ମେସି ମୋଟ ୩୩ ମ୍ୟାଚରୁ ୨୫ ଗୋଲ ଦେଇଥିଲେ । ରିୟଲ ମାଦି୍ରଦର କରିମ ବେଞ୍ଜିମା ୨୧ ଗୋଲ ସହ ପଛରେ ପଡ଼ିଯାଇଥିଲେ । କିନ୍ତୁ ରିୟଲ ମାଦି୍ରଦ ୩୪ ଥର ପାଇଁ ଏହି ସ୍ପାନିସ ଲିଗ ଜିତି ନେଇଛି । ଲଗାତାର ତୃତୀୟ ଋତୁ ପାଇ ମେସି ମଧ୍ୟ ଲିଗର ସର୍ବାଧିକ ସହାୟତା କରିଛନ୍ତି । ଟ୍ରଫି ସହ ସ୍ୱର୍ଣ୍ଣ ଜୋତା ଜିତିଥିଲେ ଭଲ ହୋଇଥାନ୍ତା’ ବୋଲି ମେସି ଅବସୋସର ସହ କହିଛନ୍ତି । ସୋମବାର ମେସି ମଧ୍ୟ ବୁନେ୍ଦସଲିଗାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଚନ୍ତି । ଲା’ଲିଗା ଇତିହାସରେ ମାଦି୍ରଦ ସର୍ବାଧିକ ୩୪ ଥର ଓ ବାର୍ସିଲୋନା ଦ୍ୱିତୀୟ ସଫଳ ଦଳ ଭାବେ ୨୬ ଥର ବିଜେତା ରହିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook