Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୫ ମେଡିକାଲ କଲେଜ ନିର୍ମାଣରେ ସେବାକର ଦୁର୍ନୀତି

    Share on :
    ajab-Image
    Date: Nov 7, 2019    Views: 776

    ୨ ଠିକାଦାରଙ୍କୁ ୩୯ କୋଟିର ଅନୁକମ୍ପା
    ଭୁବନେଶ୍ୱର : ଠିକାକାମ ପାଇଁ ଠିକାଦାର ସେବାକର ଦେବା କଥା । କିନ୍ତୁୁ ୨ ଜଣ ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ସରକାରୀ ରାଜକୋଷରୁ ୩୯ କୋଟି ୪୧ ଲକ୍ଷ ଟଙ୍କା ଗଣି ଦେଇଛନ୍ତି ପୂର୍ତ୍ତ ବିଭାଗର ୫ ଡିଭିଜନାଲ ଅଧିକାରୀ । ମହାସମୀକ୍ଷକ (ଏଜି) ଏମିତି ଦୁର୍ନୀତି ପର୍ଦ୍ଧାଫାସ କରିଛନ୍ତି ।
    ପୂର୍ତ୍ତ ସଚିବ ଡ.କି୍ରଷ୍ଣନ କୁମାରଙ୍କୁ ଏକ ଚିଠି ଲେଖି ପ୍ରିନସିପାଲ ଏଜି କହିଛନ୍ତି, ୫ଟି ଡିଭିଜନରେ ୫ଟି ମେଡିକାଲ କଲେଜ ନିର୍ମାଣ ପାଇଁ ୨୦୧୫ ମାର୍ଚ୍ଚରେ ସରକାର ୨ ଜଣ ଟର୍ଣ୍ଣକି ଠିକାଦାରଙ୍କ ସହ ୯୬୯ କୋଟି ୩୪ ଲକ୍ଷ ଟଙ୍କାର ୨ଟି ଚୁକ୍ତି କରିଥିଲେ । ସରକାରୀ ନିୟମ ଅନୁସାରେ, ଏହି କାମ ପାଇଁ ସରକାର ଠିକାଦାରଙ୍କ  ପ୍ରାପ୍ୟରୁ ଭାଟ୍, ରୟାଲିଟି, ଆୟକର ଓ ଶ୍ରମ ସେସ୍ଆଦି ବାବଦରେ ସେବାକର କାଟି ରଖିବା କଥା ।
    ୨୦୧୯ ମାର୍ଚ୍ଚ ସୁଦ୍ଧା ଏହି ସବୁ  ମେଡିକାଲ କଲେଜର ନିର୍ମାଣ ଶେଷ ହୋଇଛି । ଏ ଅବଧିରେ ଠିକାଦାରଙ୍କୁ ୭୮୮ କୋଟି ୩୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେମାନଙ୍କୁ ଦିଆଯାଇଥିବା ବିଲ୍ର ଯାଞ୍ଚରୁ ଜଣାପଡ଼ିଛି ଯେ ୨୦୧୫ ମାର୍ଚ୍ଚରୁ ୨୦୧୭ ଜୁନ୍ ମଧ୍ୟରେ ଏହି ଠିକାଦାରଙ୍କୁ ସେମାନଙ୍କ ବାସ୍ତବ ପ୍ରାପ୍ୟରେ ୩୯ କୋଟି ୪୧ ଲକ୍ଷ ଟଙ୍କାର ସେବାକର ବି ପ୍ରଦାନ କରାଯାଇଛି । ପୂର୍ତ୍ତ ବିଭାଗର ୫ ଜଣିଆ ଡିଭିଜନାଲ ଅଧିକାରୀ ଏହି ଠିକାଦାର ଦ୍ୱୟଙ୍କୁ ଏଭଳି ଅହେତୁକ ଅନୁକମ୍ପା ଦେଖାଇଛନ୍ତି । ଅଡିଟ୍ରେ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଯାଇଥିବା ନେଇ ଏଜି ସୂଚିତ କରିବା ପରେ ବିଭାଗର ବଲାଙ୍ଗୀର ଡିଭିଜନର ଏକଜିକୁ୍ୟଟିଭ ଇଞ୍ଜିନିୟର କହିଛନ୍ତି ସଂଶୋଧିତ ବିଜ୍ଞପ୍ତି ଆଧାରରେ ଠିକାଦାରଙ୍କୁ ଅର୍ଥ ପ୍ରଦାନ କରାଯାଇଛି । ମୟୂରଭଞ୍ଜ ଓ ପୁରୀ ଏକଜିକୁ୍ୟଟିଭ ଇଞ୍ଜିନିୟର କହିଛନ୍ତି, ୨୦୧୫ ମାର୍ଚ୍ଚ ପରେ ସେମାନଙ୍କ ସହ ଚୁକ୍ତି ହୋଇଥିବାରୁ ସେମାନଙ୍କୁ ଏହି  ସେବାକର ପ୍ରଦାନ କରାଯାଇଛି । ବିଳମ୍ବିତ ଅର୍ଥ ପ୍ରଦାନ ଝିନଝଟରେ ନ ପଡ଼ିବା ଉଦେ୍ଧଶ୍ୟରେ ଅର୍ଥ ଦିଆଯାଇଥିବା କୋରାପୁଟ ଏକଜିକୁ୍ୟଟିଭ ଇଞ୍ଜିନିୟର କରିଛନ୍ତି । କିନ୍ତୁ ସେମାନଙ୍କର ଏଭଳି ପ୍ରତୁ୍ୟତ୍ତର ଗ୍ରହଣୀୟ ନୁହେଁ ବୋଲି ପି୍ରନସିପାଲ ଏହି ଚିଠିରେ ଦର୍ଶାଇଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook