Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଛାତିରେ ଯନ୍ତ୍ରଣା ଯୋଗୁଁ କ୍ରିକେଟର କପିଳ ଦେବ ଦିଲ୍ଲୀ ଓଖାଲ ରୋଡ ସ୍ଥିତ ଫରଟିସ ଏସକର୍ଟସ ହାର୍ଟ ଇନଷ୍ଟିଚୁ୍ୟଟରେ ଭର୍ତ୍ତି କରାଯାଇଛି ।

banner

ଦେଶ ବିଦେଶ

ମୁଖ୍ୟ ଖବର

    କୃଷ୍ଣ ଜନ୍ମ ଭୂମିରୁ ହଟିବ ମସଜିଦ!

    Share on :
    ajab-Image
    Date: Oct 17, 2020    Views: 3510

    ମଥୁରା: ଅଯୋଧ୍ୟାରେ ବାବରୀ ମସଜିଦ ଭଙ୍ଗାଯାଇ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ସହିତ ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମସ୍ଥାନ ମନ୍ଦିର ନିକଟରେ ଥିବା ମସଜିଦ ହଟାଇବା ଅଭିଯାନ ଜୋର ଧରିଛି । ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂସ୍ଥାନ ଓ ସାହି ଇଦଗା ପରିଚାଳନା କମିଟି ମଧ୍ୟରେ ସମ୍ପୃକ୍ତ ଜମିକୁ ନେଇ ଚାଲିଥିବା ମାମଲାରେ ମଥୁରାରେ ସ୍ଥାନୀୟ ଏକ ଅଦାଲତ ଖାରଜ କରିଦେଇଥିଲେ । ସ୍ଥାନୀୟ ଜିଲ୍ଲା ଅଦାଲତରେ ଏ ସଂକ୍ରାନ୍ତ ଆଉ ଏକ ମାମଲା ରୁଜୁ ହେବା ସହ ଏହା ବିଚାର ପାଇଁ ଗୃହୀତ ହୋଇଛି । 

    ଶ୍ରୀକୃଷ୍ଣ ଜନ୍ମସ୍ଥାନ ଜମିରେ ମସଜିଦ ନିର୍ମିତ ହୋଇଥିବାରୁ ଏହାକୁ ହଟାଯିବା ଆବଶ୍ୟକ ବୋଲି ଏହି ମାମଲାରେ ଦର୍ଶାଯାଇଛି । ଜିଲ୍ଲା ଜଜ ସାଧନାରାଣୀ ଠାକୁର ଏହାର ଶୁଣାଣି ନଭେମ୍ବର ୧୮କୁ ଧାର୍ଯ୍ୟ କରିଛନ୍ତି । କାତ୍ରା କେଶବ ଦେବ ମନ୍ଦିରର ୧୩ ଏକର ଜମିରେ ସପ୍ତଦଶ ଶତାବ୍ଦୀରେ ଏହି ମସଜିଦ ନିର୍ମିତ ହୋଇଛି । ୧୯୭୮ରେ ଉପରୋକ୍ତ ଉଭୟ ସଂଗଠନ ମଧ୍ୟରେ ଜମି ବିବାଦର ସମାଧାନ ପାଇଁ ହୋଇଥିବା ଚୁକ୍ତିରେ ସଂଶୋଧନ ସହିତ ମସଜିଦ ହଟାଇ ବା ପାଇଁ ପୂର୍ବରୁ ଆବେଦନ ହୋଇଥିଲା; ଯାହାକି ଖାରଜ ହୋଇଯାଇଥିଲା । ପରେ ଗତ ମାସରେ ‘ଭଗବାନ ଶ୍ରୀକୃଷ୍ଣ ବିରାଜମାନ’ ପକ୍ଷରୁ ଆଇନ ସହାୟତା ସଂଗଠନ ‘ନେକ୍ସଟ ଫ୍ରେଣ୍ଡ’ ମାଧ୍ୟମରେ ରଞ୍ଜନା ଅଗ୍ନିହୋତ୍ରି ଓ ଅନ୍ୟ ୭ ଜଣ ସାନି ମାମଲା ଦାୟର କରିଛନ୍ତି । ଉତ୍ତର ପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ, ସାହି ମସଜିଦ ଇଦଗା ଟ୍ରଷ୍ଟ ଏହାର ପ୍ରତିବାଦୀ ଅଛନ୍ତି । ଅପରପକ୍ଷରେ ଅଖିଳ ଭାରତୀୟ ତୀର୍ଥ ପୁରୋହିତ ମହାସଭା ମୁଖ୍ୟ ମହେଶ ପାଠକ ଅନ୍ୟ ଏକ ମାମଲା ରୁଜୁ ପୂର୍ବକ ଅଯଥାରେ ମଥୁରାରେ ମନ୍ଦିର- ମସଜିଦ ପ୍ରସଙ୍ଗ ଉଠାଇ ଶାନ୍ତି ଓ ସଦଭାବ ଭଙ୍ଗ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook