Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମାସ୍କ ନପିନ୍ଧିଥିବାରୁ ୨୫ ଲକ୍ଷ ଟଙ୍କା ଫାଇନ

    Share on :
    ajab-Image
    Date: Apr 8, 2021    Views: 3946

    ଭୁବନେଶ୍ୱର : କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ ସମସ୍ତଙ୍କ ଟେନସନ ବଢ଼ାଇଦେଇଛି  । ଲୋକମାନେ ମାସ୍କ ପିନ୍ଧୁନଥିବାବେଳେ ସାମାଜିକ ଦୂରତା ମଧ୍ୟ ରଖୁନାହାନ୍ତି  । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ ୧୦ଦିନିଆ ସ୍ପେଶିଆଲ ପୁଲିସ ଡ୍ରାଇଭ ଆରମ୍ଭ ହୋଇଛି  । 

    ସାରା ରାଜ୍ୟରେ କରୋନା କଟକଣା କଡ଼ାକଡ଼ି ଅନୁପାଳନ କରିବା ପାଇଁ ୧୩୬ ପ୍ଲାଟୁନ ପୁଲିସ ଫୋର୍ସକୁ ନିୟୋଜିତ କରାଯାଇଛି  । ଜିଲ୍ଲା ଏସପି, ଡିଏସପି ଏବଂ ବରିଷ୍ଠ ଅଧିକାରୀମାନଙ୍କ ନେତୃତ୍ୱରେ ବିଭିନ୍ନ ଛକରେ ଯାଂଚ କରାଯାଉଥିବା ଦେଖିବାକୁ ମିଳିଛି  ।

    ସ୍ପେଶିଆଲ ଡ୍ରାଇଭର ପ୍ରଥମ ଦିନରେ ପୁଲିସ ୯୪୦୦ ଅମାନିଆଙ୍କୁ ତାଗିଦ କରିବା ସହ ଜରିମାନା ମଧ୍ୟ ଆଦାୟ କରିଛି  । ଗତ ୨୪ ଘଂଟା ମଧ୍ୟରେ ଅମାନିଆଙ୍କ ଠାରୁ ୨୫ ଲକ୍ଷ ୭ ହଜାର ୯୦୦ ଟଙ୍କାର ଫାଇନ ଆଦାୟ କରାଯାଇଛି  ।

    Maximum 500 characters

    ତାଜା ଖବର View all

    Find Us on Facebook