Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ବିଶେଷ

ମୁଖ୍ୟ ଖବର

    ଅନ୍ଧବିଶ୍ୱାସ: କରୋନା ପାଇଁ ଜିଭ କାଟିଲେ

    Share on :
    ajab-Image
    Date: May 23, 2020    Views: 2720

    ଲକ୍ଷ୍ନୌ: ଏକବିଂଶ ଶତାବ୍ଦୀରେ ଉପନୀତ ମାନବ ସମାଜରେ ଏବେ ମଧ୍ୟ ଲୋକମାନେ ଅନ୍ଧବିଶ୍ୱାସର କବଳରୁ ମୁକୁଳି ପାରୁନାହାନ୍ତି । ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି । ସେଠାରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗାଁକୁ କରୋନା ସଂକ୍ରମଣରୁ ରକ୍ଷା କରିବା ଲାଗି ଜଣେ ୧୬ ବର୍ଷୀୟ ଝିଅ ନିଜର ଜିଭ କାଟି ଶିବ ମନ୍ଦିରରେ ଚଢ଼ାଇ ଦେଇଛନ୍ତି ।
    ରିପୋର୍ଟ ଅନୁସାରେ ଘଟଣାଟି ବଦୌସା ଥାନା ଅଞ୍ଚଳର ଭଦାବଳ ଗାଁରେ ଘଟିଛି । ସେଠାକାର ଗାୟତ୍ରୀ ନାମ୍ନୀ ଜଣେ କିଶୋରୀ ନିୟମିତ ଭାବେ ଗାଁର ଶିବ ମନ୍ଦିରକୁ ପୂଜା କରିବାକୁ ଯାଉଥିଲେ । ବୁଧବାର ସନ୍ଧ୍ୟାବେଳେ ସେ ପୂଜା କରିବାକୁ ଯାଇଥିବା ବେଳେ ଶିବଲିଙ୍ଗ ଉପରେ ପାଣି ଚଢ଼ାଇବା ପରେ ଛୁରୀ ବାହାର କରି ନିଜର ଜିଭକୁ କାଟି ଠାକୁରଙ୍କ ଉପରେ ଚଢ଼ାଇ ଦେଇଥିଲେ । ଏହା ଦେଖି ପୂଜାରୀଙ୍କ ସମେତ ଗାଁର ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ଜିଭ କାଟିବା ପରେ ସେ ମନ୍ଦିରରେ ଲହୁଲୁହାଣ ବେହୋସ ହୋଇ ପଡ଼ି ରହିଥିଲେ । ଏହା ପରେ ପୁଲିସ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରୁ ତାଙ୍କ ଜିଲ୍ଲା ହସ୍ପିଟାଲକୁ ରେଫର କରାଯାଇଛି । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏ ସମ୍ପର୍କରେ କିଶୋର ଜଣକ କହିଛନ୍ତି, ଗତ ଅନେକ ଦିନ ହେଲା ସେ କରୋନାକୁ ନେଇ ଭୟାବହ ଖବର ଶୁଣି ଆସୁଥିଲେ । ନିଜ ଗାଁରେ ଯେପରି ସେଥିରୁ ରକ୍ଷା ପାଇପାରିବେ ସେଥିଲାଗି ସେ କିଛି ଦିନ ତଳେ ଭଗବାନଙ୍କ ଶିବଙ୍କ ନିକଟରେ ମାନସିକ କରିଥିଲେ । ତେଣୁ ଶିବ ମନ୍ଦିରକୁ ଯାଇ ସେଠାରେ ଜିଭ କାଟି ଦେଇଥିଲେ । ଏହି ଘଟଣା ପରେ ବାନ୍ଦାର ଜିଲ୍ଲାପାଳ ଅମିତ ସିଂହ ବଂଶଲ କହିଛନ୍ତି କିଶୋରୀ ଜଣକର ଚିକିତ୍ସା କରାଯାଉଛି । ଆବଶ୍ୟକ ପଡ଼ିଲେ ତାଙ୍କୁ କାଉନସେଲିଂ କରାଯିବ ।

    Maximum 500 characters

    ବିଶେଷ View all

    Find Us on Facebook