ମୁଖ୍ୟ ଖବର
ଭୁବନେଶ୍ୱର: ଅମ୍ଫାନ ପ୍ରଭାବ ପରବର୍ତ୍ତ ସ୍ଥିତି ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମବଙ୍ଗକୁ ସବୁ ପ୍ରକାରର ସହାୟତା ଦେବାକୁ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୃତି ଦେଇଛନ୍ତି । ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ବାତ୍ୟା ଅମ୍ଫାନ ସଙ୍କଟ ସମୟରେ ପଶ୍ଚିମବଙ୍ଗର ଲୋକଙ୍କ ସହ ଓଡ଼ିଶାର ସମବେଦନା ରହିଛି ବୋଲି କହିଛନ୍ତି। ଅମ୍ଫାନରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପଶ୍ଚିମବଙ୍ଗ । କୋଲକାତା ସମେତ ୨୪ ପ୍ରଗଣା ଓ ଅନେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାତ୍ୟାରେ ୭୨ ଜଣ ପ୍ରାଣ ହରାଇଛନ୍ତି । ଅନେକ ଅଂଚଳର ଧାନ ଫସଲ ନଷ୍ଟ ହୋଇଥିବାବେଳେ ବିଦ୍ୟୁତ ଓ ଯୋଗାଯୋଗ ବ୍ୟାହତ ହୋଇଛି ।
Comments ସମସ୍ତ ମତାମତ