Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନିଜ ଲୋକଙ୍କୁ ନେଉନାହାନ୍ତି ମମତା: ଅମିତ ଶାହା

    Share on :
    ajab-Image
    Date: May 9, 2020    Views: 4082

    ନୂଆଦିଲ୍ଲୀ: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି । ଭାରତରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ କରୋନା ଲକଡାଉନ ଯୋଗୁଁ  ଟ୍ରେନ, ବସ ଓ ବିମାନ ଚଳାଚଳ ବନ୍ଦ ଥିବାରୁ ବିଭିନ୍ନ ସ୍ଥାନରେ ଲୋକେ ଫସି ରହିଥିବାବେଳେ  ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି ।  ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଲୋକଙ୍କୁ ନେଉନଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଉ କେହି ନୁହେଁ ଖୋଦ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରିଛନ୍ତି । 

    ପ୍ରକାଶ ଯେ, ପ୍ରବାସୀ ବଙ୍ଗୀୟଙ୍କୁ ନେଇ  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି । ଶ୍ରମିକଙ୍କୁ ଆଣିବାରେ ପଶ୍ଚିମବଙ୍ଗ ସରକାର ସହଯୋଗ କରୁନଥିବା ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ।  ଟ୍ରେନରେ ଆସିବାକୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଉନଥିବା ଅଭିଯୋଗ ହୋଇଛି ।  ଆମେ ପଶ୍ଚିମବଙ୍ଗ ସରକାରଙ୍କ ଠାରୁ କୌଣସି ସହଯୋଗ ପାଉନାହୁଁ ବୋଲି ଅମିତ ଶାହା କହିଛନ୍ତି ।  ବଙ୍ଗୀୟ ପ୍ରବାସୀଙ୍କୁ ଧରି ଆସୁଥିବା ଟ୍ରେନକୁ ରାଜ୍ୟ ସରକାର ଅନୁମତି ଦେଉନାହାନ୍ତି ।  ଏହା ପ୍ରବାସୀ ବଙ୍ଗୀୟ ଶ୍ରମିକଙ୍କ ପାଇଁ ଅନ୍ୟାୟ ବୋଲି ଅମିତ ଶାହା କହିଛନ୍ତି ।  ଏହାଛଡ଼ା ଏହା ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି । 

    କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟକୁ ବିଭିନ୍ନ ସ୍ଥାନ ପର୍ୟ୍ୟନ୍ତ ପ୍ରବାସୀ ଶ୍ରମିକଙ୍କୁ ପହଞ୍ଚାଇବା ଲାଗି ଶ୍ରମିକ ସ୍ପେଶାଲ ଟେନ ଚଳାଚଳ କରୁଛି। କେନ୍ଦ୍ର ସରକାରଙ୍କ ସହାୟତାରେ ଲକ୍ଷ ଲକ୍ଷ ଶ୍ରମିକ ଅନେକ ରାଜ୍ୟରେ ପହଞ୍ଚିଲେଣି। କିନ୍ତୁ ମମତା ତାଙ୍କ ରାଜ୍ୟରେ ଏହି ଟ୍ରେନ ପ୍ରବେଶ କରାଇଦେଉ ନାହାନ୍ତି। ଫଳରେ ପଶ୍ଚିମବଙ୍ଗରେ ଫଶିଥିବା ଅନ୍ୟ ରାଜ୍ୟର ଶ୍ରମିକମାନେ ସେମାନଙ୍କ ଘରକୁ ଫେରିପାରୁ ନାହାନ୍ତି। ଏପରି କି ସେଠାରେ ରହୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ଟ୍ରେନ ପର୍ୟ୍ୟନ୍ତ ଆସିବାକୁ ଦେଉନାହାନ୍ତି। ଏହା ସେମାନଙ୍କ ପାଇଁ ଅନ୍ୟାୟ ବୋଲି ଶାହ କହିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook