ମୁଖ୍ୟ ଖବର
କଲିକତା: ପଶ୍ଚିମବଙ୍ଗରେ ସମସ୍ତଙ୍କୁ ମାଗଣାରେ କରୋନା ଟିକା ଉପଲବ୍ଧ ହେବ । ଆସନ୍ତା ୧୬ ତାରିଖରୁ ଦେଶରେ କରୋନା ଟିକାକରଣ ଆରମ୍ଭ ନେଇ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି ଘୋଷଣା କରିଛନ୍ତି । ଆସନ୍ତା ଏପି୍ରଲ-ମେ ମାସ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମମତାଙ୍କ ଏଭଳି ଘୋଷଣା ଚର୍ଚ୍ଚାର ବିଷୟ ହୋଇଛି । ଗତ ବର୍ଷ ବିହାର ନିର୍ବାଚନ ସମୟରେ ବିଜେପି ମାଗଣା କରୋନା ଟିକା ଯୋଗାଇ ଦେବାକୁ ଘୋଷଣା କରିଥିଲା ।
Comments ସମସ୍ତ ମତାମତ