Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆସନ୍ତାକାଲିଠାରୁ ମାଟ୍ରିକ୍ ଖାତା ଦେଖା

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଦେଶ ବିଦେଶ

ମୁଖ୍ୟ ଖବର

    ରେଳବାଇକୁ ମମତାଙ୍କ ଅନୁରୋଧ, ଜାଣନ୍ତୁ କଣ

    Share on :
    ajab-Image
    Date: May 23, 2020    Views: 3964

    କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେଲୱେକୁ ଚିଠି ଲେଖି ରାଜ୍ୟକୁ ଶ୍ରମିକ ସ୍ପେଶାଲ ଟ୍ରେନ ନ ପଠାଇବାକୁ ଅନୁରୋଧ କରିଛନ୍ତି। ରାଜ୍ୟରେ ବାତ୍ୟା ଅମ୍ପନ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳଗୁଡ଼ିକରେ ଜିଲା ପ୍ରଶାସନ ରିଲିଫ ଏବଂ ପୁନରୁଦ୍ଧାର କାର୍ୟ୍ୟରେ ବ୍ୟସ୍ତ ରହିଛି। ଏଥିପାଇଁ ଅଧିକାରୀମାନଙ୍କ ପକ୍ଷେ ଶ୍ରମିକ ସ୍ପେଶାଲ ଟ୍ରେନକୁ ରିସିଭ୍‌ କରିବା ସମ୍ଭବ ନୁହେଁ। ତେଣୁ ଆସନ୍ତା ୨୬ ତାରିଖ ପର୍ୟ୍ୟନ୍ତ ରାଜ୍ୟକୁ ଟ୍ରେନ ନ ପଠାଇବାକୁ ମମତା ଅନୁରୋଧ କରିଛନ୍ତି।

    ସୂଚନାଯୋଗ୍ୟ, ରାଜ୍ୟରେ ବାତ୍ୟା ପ୍ରଭାବରେ ୮୦ ଜଣଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଗସ୍ତ କରି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହିତ ୧ ହଜାର ଟଙ୍କାର ଅଗ୍ରିମ ସହାୟତା ଘୋଷଣା କରିଥିଲେ। ତେବେ ଏହା ପୂର୍ବରୁ ମଧ୍ୟ ଶ୍ରମିକ ସ୍ପେଶାଲ ଟ୍ରେନକୁ ନେଇ କେନ୍ଦ୍ର ସରକାର ଏବଂ ମମତା ମୁହାଁମୁହିଁ ହୋଇଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook