ମୁଖ୍ୟ ଖବର
କୋଲକାତା : ଜଣେ ଫାୟାରବ୍ରାଣ୍ଡ ନେତ୍ରୀ ଭାବେ ମମତା ବାନାର୍ଜୀଙ୍କର ଯେତିକି ଖ୍ୟାତି ରହିଛି ସେତିକି ଅପଯଶ ବି ରହିଛି । ଜରୁରୀକାଳୀନ ସ୍ଥିତିକୁ ବିରୋଧ କରି ଜୟ ପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ସାରା ଦେଶରେ ଏକ ନୂଆ ଆନେ୍ଦାଳନ ମୁଣ୍ଡ ଟେକିଥିଲା । ସେତେବେଳେ ମମତା ଥିଲେ ଛାତ୍ରୀ ନେତ୍ରୀ । ୧୯୭୫ରେ ଜେପି କୋଲକାତା ବିଶ୍ୱବିଦ୍ୟାଳୟ ଆସିଥିବାବେଳେ ମମତା ତାଙ୍କ ବାଟ ରୋକିଥିଲେ । ଜେପିଙ୍କ କାର ଉପରକୁ ଚଢ଼ିଯାଇ କୁଦାକୁଦି କରିଥିଲେ । ଯାହା ସେତେବେଳେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା ।
ଏହାକୁ ନେଇ ମମତା ଜାତୀୟସ୍ତରରେ ସମାଲୋଚିତ ହୋଇଥିଲେ । ସମାଲୋଚନା ହିଁ ମମତାଙ୍କୁ ବେଶ ଚର୍ଚ୍ଚିତ କରିବା ସହ ତାଙ୍କର ଲୋକପ୍ରିୟତା ବୃଦ୍ଧି କରିଥିଲା । ଏହା ପରେ ଯାଧବପୁର ଆସନରେ ହୋଇଥିବା ଲୋକସଭା ନିର୍ବାଚନରେ ମମତା ସେତେବେଳର ଟାଣୁଆ ସିପିଏମ ନେତା ସୋମନାଥ ଚାଟାର୍ଜୀଙ୍କୁ ଟକ୍କର ଦେଇଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ସେ ସୋମନାଥଙ୍କୁ ହରାଇ ମାତ୍ର ୨୯ ବର୍ଷ ବୟସରେ ସଂସଦକୁ ଯାଇପାରିଥିଲେ ।
Comments ସମସ୍ତ ମତାମତ