ମୁଖ୍ୟ ଖବର
ଭବାନୀପୁର ହେଉଛି ମମତା ବାନାର୍ଜୀଙ୍କ ଗଡ । କିନ୍ତୁ ଏଥର ମମତା ନିଜ ଆସନ ବଦଳାଇଛନ୍ତି । ଭବାନୀପୁରରେ ହାରିବା ଭୟରେ ନୁହେଁ, ବରଂ ବିଜେପିର ଚ୍ୟାଲେଞ୍ଜକୁ ସ୍ୱୀକାର କରି ସେ ଗୋଟିଏ ଆସନ ନନ୍ଦିଗ୍ରାମରେ ଲଢ଼ିବାକୁ ନିଷ୍ପତି ନେଇଛନ୍ତି । ପୂର୍ବରୁ ଅବଶ୍ୟ ମମତା ନନ୍ଦୀଗ୍ରାମରେ ନିଜର ଏକଦା ଘନିଷ୍ଠ ସହଯୋଗୀ ଥିବା ଶୁଭେନ୍ଦୁ ଚୌଧୁରୀଙ୍କ ବିରୋଧରେ ଲଢ଼ିବାକୁ ଘୋଷଣା କରିଥିଲେ । ତେବେ ମମତା ଉଭୟ ଭବାନୀପୁର ଓ ନନ୍ଦୀଗ୍ରାମରେ ଲଢ଼ିବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । କିନ୍ତୁ ବିଜେପି କେବଳ ନନ୍ଦୀଗ୍ରାମରେ ଲଢ଼ିବାକୁ ଆହ୍ୱାନ ଦେଇଥିଲା । ଯାହାକୁ ଗ୍ରହଣ କରି ମମତା ନନ୍ଦୀଗ୍ରାମରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ନାମାଙ୍କନ ପତ୍ର ଦାଖଲ ସହ ମମତା କହିଛନ୍ତି, ଖେଲ ହବେ, ଦେଖା ହବେ ଓ ଜିତା ହବେ । ସେ ଏକ ସହଜ ନିର୍ବାଚନ ଲଢ଼ୁଛନ୍ତି ବୋଲି କହିବାକୁ ମଧ୍ୟ ପଛାଇନାହାନ୍ତି । ଅପରପକ୍ଷରେ ପ୍ରାର୍ଥୀପତ୍ର ଦାଖଲ ଦିନ ସେ ଆକ୍ରମଣର ଶିକାର ହୋଇଛନ୍ତି ବୋଲି ମମତା କହିବା ସହ ହସପିଟାଲରୁ ହ୍ୱିଲଚେୟାରରେ ଫେରିଛନ୍ତି । ୨୦୧୧ରେ ନନ୍ଦୀଗ୍ରାମ ଓ ସିଙ୍ଗୁର ଆନେ୍ଦାଳନ ପାଇଁ ମମତା ପଶ୍ଚିମବଙ୍ଗରେ ରାଜୁତି ଆରମ୍ଭ କରିଥିଲେ । ତେବେ ସେ ଦୀର୍ଘଦିନ ଧରି ନନ୍ଦୀଗ୍ରାମ ଯାଇନଥିବାବେଳେ ବିଜେପିର ଆହ୍ୱାନକୁ ସ୍ୱୀକାର କରି ସେ ରିସ୍କ ନେଇଛନ୍ତି ବୋଲି ରାଜନୀତିକ ପଣ୍ଡିତମାନେ ମତପୋଷଣ କରିଛନ୍ତି । ଅପରପକ୍ଷରେ ବେଙ୍ଗଲ ନିଜ ଲୋକଙ୍କ ଦ୍ୱାରା ହିଁ ଶାସନ କରିବ, ବାହାରର ଗୁଣ୍ଡାମାନେ ଏଠାରେ ଶାସନ କରିପାରିବେ ନାହିଁ ବୋଲି ମମତା ମତବ୍ୟକ୍ତ କରିଛନ୍ତି ।
Comments ସମସ୍ତ ମତାମତ