Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମାଲିଙ୍ଗାଙ୍କୁ ଆଇପିଏଲର ସର୍ବଶ୍ରେଷ୍ଠ ବୋଲର ପୁରସ୍କାର

    Share on :
    ajab-Image
    Date: Apr 22, 2020    Views: 3873

    ନୂଆଦିଲ୍ଲୀ: ଷ୍ଟାର ସ୍ପୋଟସ ଦ୍ୱାରା ପ୍ରଦତ୍ତ ଆଇପିଏଲର ସର୍ବଶ୍ରେଷ୍ଠ ବୋଲର ପୁରସ୍କାର ପାଇବାକୁ ମୁମ୍ବାଇ ଇଣ୍ଡିଆନ୍ସର ସିଂହଳୀ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ମନୋନୀତ ହୋଇଛନ୍ତି । ସମ୍ପ୍ରତି ଭାଷ୍ୟକାର ଭାବେ କାର୍ଯ୍ୟ କରୁଥିବା ପୂର୍ବତନ କି୍ରକେଟରଙ୍କୁ ନେଇ ଗଠିତ ଚୟନକର୍ତ୍ତା ସମିତି ମାଲିଙ୍ଗାଙ୍କୁ ଏହି ପୁରସ୍କାର ଲାଗି ବାଛିଥିଲା । ସମିତିରେ କେଭିନ ପିଟରସନ, ଡିନ ଜୋନ୍ସ, ମାଥୁ୍ୟ ହେଡେନ, ଆକାଶ ଚୋପ୍ରା, ଗ୍ରେମ ସ୍ମିଥ, ସାଇମନ ଡୁଲ, ଇଆନ ବିଶପ ଓ ଟମ ମୁଡି ରହିଥିଲେ । ଆରମ୍ଭରୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ମାଲିଙ୍ଗା ଆଇପିଏଲରେ ୧୨୨ ମ୍ୟାଚ ଖେଳି ୧୭୦ ୱିକେଟ ଅକ୍ତିଆର କରିଛନ୍ତି । ବ୍ୟାଟସମ୍ୟାନ ପ୍ରାଧାନ୍ୟ ଟ୍ୱେଣ୍ଟି ୨୦ କି୍ରକେଟର ଧାରଣା ବଦଳାଇଥିବା କିମ୍ବଦନ୍ତି ବୋଲରଙ୍କ ମଧ୍ୟରେ ମାଲିଙ୍ଗା ଅନ୍ୟତମ । ଷ୍ଟାର ସ୍ପୋଟସ ପୁରସ୍କାର ଦୌଡ଼ରେ ୧୦ ଜଣ ଶ୍ରେଷ୍ଠ ବୋଲର ରହିଥିଲେ । ତାଲିକାରେ ଥିବା ଡେଲ ଷ୍ଟେନ, ଆଶିଷ ନେହେରା, ସୁନିଲ ନରିନ, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ରବିଚନ୍ଦ୍ରନ ଅଶ୍ୱିନ, ଅମିତ ମିଶ୍ରା, ଇମ୍ରାନ ତାହିର ଓ ୟୁଜବେନ୍ଦ୍ର ଚହଲଙ୍କୁ ପଛରେ ପକାଇ ଏହି ଶ୍ରୀଲଙ୍କା ଭେଟେରାନ ପୁରସ୍କାର କରାୟତ୍ତ କରିଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook