Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ମାଲଦାରେ ଦୁଇ ମନ୍ତ୍ରୀଙ୍କ ଉପରେ ମମତାଙ୍କ ଭରସା

    Share on :
    ajab-Image
    Date: Mar 13, 2021    Views: 5291

    ମାଲଦାର ଦୁଇ ମନ୍ତ୍ରୀ କ୍ରୀଷ୍ଣେନ୍ଦୁ ନାରାୟଣ ଚୌଧୁରୀ ଓ ସାବିତ୍ରୀ ମିତ୍ରଙ୍କ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆସ୍ଥା ପ୍ରକଟ କରିଛନ୍ତି  । କ୍ରୀଷ୍ଣେନ୍ଦୁଙ୍କୁ ଇଂଲିଶ ବଜାର ଓ ସାବିତ୍ରୀଙ୍କୁ ମାଣିକଚକ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି  । ଅପରପକ୍ଷରେ ଇଂଲିଶ ବଜାରର ବର୍ତମାନ ବିଧାୟକ ନିହାର ରଞ୍ଜନ ଘୋଷଙ୍କୁ ଚଂଚଳ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି  । ସେହିପରି ମାଲଦାରେ ଟିଏମସି ୫ ନୂଆ ମୁହଁକୁ ପ୍ରାର୍ଥୀ କରିଛି  । ମାଲଦା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶାରଳା ମୁର୍ମୁଙ୍କୁ ହବିବପୁର, ବୈଷ୍ଣବନଗର ଜିଲ୍ଳା ପରିଷଦର ଉପାଧ୍ୟକ୍ଷ ଚନ୍ଦନ ସରକାର, ସୁଜାପୁରର ପୂର୍ବତନ ବିଚାରପତି ଅବଦୁଲ ଘାନି, ଗାଜୋଲର ବାସନ୍ତୀ ବରମାନ ଓ ପୁରୁଣା ମାଲଦାର ଉଜ୍ଜ୍ୱଳ ଚୌଧୁରୀଙ୍କୁ ମଧ୍ୟ ପ୍ରାର୍ଥୀ କରାଯାଇଛି  ।

    ମାଲଦା ଜିଲ୍ଲାର ଆରଇଦଙ୍ଗ ବିଧାନସଭା ଆସନରୁ ସେ ୧୯୯୧ରୁ ୨୦୧୧ ପର୍ଯ୍ୟନ୍ତ ସେ ବିଧାୟକ ଥିଲେ  । ପରେ ସେ ତୃଣମୂଳ କଂଗ୍ରେସରେ ଯୋଗଦେବା ସହ ମାଣିକଚକ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ  । 

    ଅପରପକ୍ଷରେ କ୍ରୀଷ୍ଣେନ୍ଦୁ ଚୌଧୁରୀ ୨୦୦୬ ଓ ୨୦୧୧ରେ ଇଂଲିଶ ବଜାରରୁ କଂଗ୍ରେସ ଟିକେଟରେ ବାଜିମାତ କରିଥିଲେ  । ପରେ ସେ କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ  । ତେଣୁ ୨୦୧୩ ରେ ହୋଇଥିବା ଉପନିର୍ବାଚନରେ ବି ସେ ସେଠାରୁ ଜିଣିଥିଲେ  ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook