Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ମଲାଇ ମନ୍ଦିରର ବିଶେଷତ୍ୱ ବିଷୟରେ ଜାଣନ୍ତୁ....

    Share on :
    ajab-Image
    Date: Mar 4, 2021    Views: 3053

    ନୂଆଦିଲ୍ଲୀର ଅପେକ୍ଷାକୃତ ନୂତନ ପ୍ରସିଦ୍ଧ ଦେବାଳୟଗୁଡ଼ିକ ମଧ୍ୟରେ ଉତ୍ତରା ସ୍ୱାମୀନାଥ ମଲାଈ ମନ୍ଦିର’ ଅନ୍ୟତମ । ଆରକେ ପୁରମ ଅଞ୍ଚଳରେ ଏକ ଛୋଟିଆ ଟଙ୍ଗରା ମୁଣ୍ଡିଆ ଉପରେ ଏହି ମନ୍ଦିର ଅବସ୍ଥିତ । ‘ମଲାଈ ମନ୍ଦିର’ ଅର୍ଥ ପାହାଡ ଉପରେ ଥିବା ମନ୍ଦିର । ଏହି ମନ୍ଦିର ‘ସ୍ୱାମୀନାଥ‘ଙ୍କୁ ଉତ୍ସର୍ଜିତ । ‘ସ୍ୱାମୀନାଥ’ ହେଉଛନ୍ତି ‘ମୁରୁଗନ’ ବା ‘କାର୍ତ୍ତିକେୟ’ । ତମିଳ ହିନ୍ଦୁ ଧାର୍ମିକ ପରମ୍ପରାରେ ମୁରୁଗନ ମନ୍ଦିର ସାଧାରଣତଃ କୌଣସି ପାହାଡ଼ର  ଶୀର୍ଷଦେଶରେ ତିଆରି କରାଯାଏ । ମନ୍ଦିର ବେଢ଼ାରେ ଶିବ (ସୁନ୍ଦରେଶ୍ୱର), ପାର୍ବତୀ (ମୀନାକ୍ଷୀ) ଓ ବିନାୟକ (କରପଗା ବିନେଗର)ଙ୍କର ଭିନ୍ନ ଭିନ୍ନ ମନ୍ଦିର ଅଛି । ୧୯୬୫ ରେ ମୁଖ୍ୟ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ୧୯୭୩ରେ ମୁଖ୍ୟମନ୍ଦିରର ନିର୍ମାଣ କାର୍ୟ୍ୟ ଶେଷ ହେବା ସହ ସ୍ୱାମୀନାଥଙ୍କ ମହାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମନ୍ଦିର ବାହାରେ ତାମିଲରେ ଯାହା ଲେଖାଯାଇଛି, ତାହା ଓଡ଼ିଆ ଭାଷାନ୍ତର: ମୁଁ ଅଛି, ଭୟ କାହାକୁ । ଚୋଳ-ପାଣ୍ଡ୍ୟ ଶାସନକାଳୀନ ଦାକ୍ଷିଣାତ୍ୟ ନିର୍ମାଣ ଶୈଳୀରେ ମନ୍ଦିର ଗୁଡିକ ନିର୍ମିତ । ମନ୍ଦିର ପରିସରରେ ଗୁଡ଼ିଏ ମୟୂର ପୋଷାଯାଇଛି ।

    Maximum 500 characters

    ବିଶେଷ View all

    Find Us on Facebook