Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଦ୍ରକ: ଜାଗରରୁ ଫେରୁଥିବାବେଳେ ମହିଳାଙ୍କୁ ଗଣଦୁଷ୍କର୍ମ

ପୁରୀ: କନକଦୁର୍ଗା ହାଇସ୍କୁଲରେ ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ

banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ପ୍ରସାଧନକୁ ନେଇ ସତର୍କତା

    Share on :
    ajab-Image
    Date: Nov 29, 2019    Views: 71

    ବିଶ୍ୱ ସ୍ତରରେ ୬୧% ରୁ ଅଧିକ ଯୁବତୀ ଓ ମହିଳା ନିୟମିତ ଭାବେ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି । ପ୍ରତି ୨୦ ଜଣରେ ୧୧ ଜଣ ପ୍ରତ୍ୟହ ଲିପ୍ଷ୍ଟିକ, କାଜଲ, ନେଲପଲିସ ଲଗାଉଥିବାର ସର୍ବେକ୍ଷଣରୁ ଜଣାପଡ଼ିଛି । ନିଜ ପ୍ରସାଧନ ସାମଗ୍ରୀକୁ ନେଇ ଆପଣ କେତେ ସଚେତନ, କିଭଳି ଭାବେ ଏ ସବୁର ଯତ୍ନ ନେଇଥାନ୍ତି?
    ସବୁବେଳେ ମନେ ରଖିବେ, ଯେ କୌଣସି ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ପୂର୍ବରୁ ହାତ ଭଲ ଭାବେ, ଧୋଇନେବା ଉଚିତ । ହାତରେ ମଇଳା, ଅପରିଷ୍କାର ସହ ଜୀବାଣୁ ଥିଲେ ତାହା କସ୍ମେଟିକ୍ସରେ ଲାଗି ଆପଣଙ୍କ ତ୍ୱଚା ଉପରେ କୁପ୍ରଭାବ ପକାଇବାର ଭୟ ରହିଛି ।

    ଅନେକ ସମୟରେ ଆମେ କୌଣସି କି୍ରମ୍ ଲଗାଇବା ସମୟରେ ସେଥିରେ ପାଣି ମିଶାଇ ଲଗାଇଥାଉ । କେବଳ ବୁ୍ୟଟିସିଆନ ହିଁ ଏସବୁଥିରେ ଦକ୍ଷ । ନିଜେ ଘରୋଇ ଭାବେ କି୍ରମ୍ରେ ପାଣି ମିଶାଇ ଲଗାଇଲେ ତାହା ତ୍ୱଚା ଭାଙ୍ଗ, ବ୍ରଣ ଆଦି ସମସ୍ୟା ସୃଷ୍ଟି କରିପାରେ ।

    ଲିପ୍ଷ୍ଟିକକୁ ସବୁବେଳେ ଥଣ୍ଡା ସ୍ଥାନରେ ରଖିବା ଉଚିତ । ଆପଣ ଫି୍ରଜ୍ରେ ମଧ୍ୟ ଲିପଷ୍ଟିକ ରଖିପାରିବେ । ଏକ୍ସପାରୀ ଡେଟ୍ ଶେଷ ପରେ ଲିପଷ୍ଟିକ ବ୍ୟବହାର କଲେ ତାହା ଓଠ କଳା ସହ ଅନ୍ୟ ଓଠ ଅନ୍ୟ ସମସ୍ୟା ଦେଖାଯାଏ । 

    ଯେକୌଣସି ପ୍ରସାଧନ ସାମଗ୍ରୀ କିଣିବା ପୂର୍ବରୁ ଏହାର ଏକ୍ସପାରୀ ଡେଟ୍ ଭଲଭାବେ ଦେଖି କରି କିଣିବା ଜରୁରୀ ।
    ଯେଉଁ କସମେଟିକ୍ସର ସମୟ ଅନୁସାରେ ରଙ୍ଗ ଓ ବାସ୍ନା ପରିବର୍ତ୍ତନ ହେବ, ତାହା ବ୍ୟବହାର ନ କରି ତୁରନ୍ତ ଫିଙ୍ଗିବା ଉଚିତ । ନଚେତ୍ ତାହା ବ୍ୟବହାର କଲେ ଆପଣଙ୍କ ତ୍ୱଚା ସମସ୍ୟା ଦେଖାଦେବ ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook