ମୁଖ୍ୟ ଖବର
ଭୁବନେଶ୍ୱର: କଟକ ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ପ୍ରତିବାଦରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ବିକ୍ଷୋଭ କାର୍ଯ୍ୟକ୍ରମ ଜାରି ରହିଛି । ଏହାରି ଭିତରେ ବିଜେପି ପ୍ରଭାରୀ ଡି.ପୁରନେ୍ଦଶ୍ୱରୀ ଗୁରୁବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଟକ ନୃର୍ତ୍ତାଙ୍ଗରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡି.ପୁରନେ୍ଦଶ୍ୱରୀ ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ତଥା ଏତଲାରେ ନାମ ଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ, ଏଠାକାର ରାଜ୍ୟ ସରକାର ଦୁର୍ନୀତିରେ ବୁଡ଼ି ରହିଛି । ବର୍ଷକ ତଳେ ବିକାଶ ଜେନାଙ୍କୁ ହତ୍ୟା କରାଯାଇଥିଲା । ପିଏମ ଆବାସ ଦୁର୍ନୀତି ଉଠାଇବା ପରେ ତାଙ୍କୁ ହତ୍ୟା କରାଯାଇଥିଲା । ଆଉ ଏବେ କୁଳମଣି ଓ ଦିବ୍ୟସିଂହଙ୍କୁ ହତ୍ୟା କରାଗଲା । ପିଏମ ଆବାସ ଯୋଜନାରେ ଦୁର୍ନୀତି ପ୍ରସଙ୍ଗ ଉଠାଇବାରୁ ଉଭୟଙ୍କୁ ହତ୍ୟା କରାଯାଇଛି । ତେବେ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କାହିଁକି ଗିରଫ କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏତଲାରେ ଯଦି ପ୍ରତାପ ଜେନାଙ୍କ ନାମ ଅଛି ତେବେ ତାଙ୍କୁ କାହିଁକି ଗିରଫ କରାଯାଉନାହିଁ । ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ । ନଚେତ ଲୋକଙ୍କ ବିଶ୍ୱାସ ଉଠିଯିବ । ଆମେ କୁଳମଣି ଓ ଦିବ୍ୟସିଂହଙ୍କ ପରିବାର ସହ ଅଛୁ । ନ୍ୟାୟ ନମିଳିବା ଯାଏଁ ଆମେ ଲଢେଇ ଜାରି ରଖିବୁ ବୋଲି ବିଜେପି ପ୍ରଭାରୀ ଡି.ପୁରନେ୍ଦଶ୍ୱରୀ କହିଛନ୍ତି ।
Comments ସମସ୍ତ ମତାମତ