ମୁଖ୍ୟ ଖବର
କଟକ : ମାହାଙ୍ଗା ଡବଲ ମର୍ଡର ଘଟଣାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରୀ ସ୍ୱାଇଁ ଗିରଫ ହୋଇଛନ୍ତି । କଟକ ଗ୍ରାମାଞ୍ଚଳ ପୁଲିସର ସ୍ୱତନ୍ତ୍ର ଟିମ ରାଉରକେଲାରୁ ଉଠାଇ ଆଣିଥିବା କୁହାଯାଉଛି । ମାହାଙ୍ଗାର ବିଜେପି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ ଭିକାରୀଙ୍କ ନାଁରେ ଏତଲା ଦିଆଯାଇଥିଲା । ଅଭିଯୁକ୍ତ ୧୪ ଜଣଙ୍କ ମଧ୍ୟରେ ଭିକାରୀ ସ୍ୱାଇଁ ଥିଲେ ବି ହତ୍ୟା ଘଟଣା ଦିନରୁ ସେ ଫେରାର ଥିଲେ । ତାଙ୍କୁ ରାଉରକେଲାରୁ ଗିରଫ କରାଯାଇ କଟକ ଅଣାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ । ଗିରଫଦାରୀକୁ ମିଶାଇ ଡବଲ ମର୍ଡର ଘଟଣାରେ ଏବେ ସୁଦ୍ଧା ୮ ଜଣଙ୍କୁ ପୁଲିସ ବାନ୍ଧିଛି । ଭିକାରୀ ସ୍ୱାଇଁ ଓ କୁଳମଣି ବରାଳଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗିଥିଲା । ଉଭୟ ଭିନ୍ନ ଭିନ୍ନ ରାଜନୈତିକ ଦଳକୁ ପ୍ରତିନିଧିତ୍ୱ କରୁଥିବାରୁ ରାଜନୀତି ଥିଲା ବିବାଦର ମୂଳ ।
Comments ସମସ୍ତ ମତାମତ