Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କେନ୍ଦ୍ରାପଡ଼ା: ବାଇକ ଚୋରି ର୍ୟାକେଟରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳର ଅଡିଓ ଭାଇରାଲ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଲେ ପୂର୍ବାଞ୍ଚଳ ଆଇଜି

ରାୟଗଡ଼ା: ୨୪ ଲକ୍ଷ ଲୁଟ ଘଟଣାରେ ୫ ଗିରଫ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେଲେ କିନ୍ନର

    Share on :
    ajab-Image
    Date: Jul 4, 2020    Views: 3808

    ଭୁବନେଶ୍ୱର: କିନ୍ନରଙ୍କୁ ମିଳିବ ମାସିକ ଭତ୍ତା । ମଧୁବାବୁ ପେନସନ ଯୋଜନାରେ କିନ୍ନରମାନଙ୍କୁ ସାମିଲ କରିଛନ୍ତି ରାଜ୍ୟ ସରକାର । ଏଭଳି ପଦକ୍ଷେପ ନେଇ ୨୦୧୯ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
    ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ କିନ୍ନରମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି । ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ମଧୁବାବୁ ପେନସନ ଯୋଜନାରେ ସାମିଲ ହେବାକୁ କିନ୍ନରଙ୍କୁ ୱେବସାଇଟରେ ଆବେଦନ କରିବାକୁ ପଡ଼ିବ ।
    ରାଜ୍ୟ ସରକାର ଆଉ ଏକ ନିଷ୍ପତ୍ତି ମଧ୍ୟ ଦେଇଛନ୍ତି । କରୋନା ସଂକଟ ଯୋଗୁଁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ୪୮ ଲକ୍ଷ ହିତାଧିକାରୀଙ୍କୁ ୪ ମାସର ଭତ୍ତା ଦିଆଯାଇଥିଲା । ଏବେ ଆହୁରି ୧ ହଜାର ଟଙ୍କା ଲେଖାଏଁ ଦିଆଯିବ ।
    ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ଖୁସି ଜାହିର କରିଛନ୍ତି କିନ୍ନରମାନେ । ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗ ଉନ୍ନୟନ ପରିଷଦ ସଭାପତି ମୀରା ପରିଡ଼ା ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏହା ସହାୟକ ହେବ ବୋଲି ସେ କହିଛନ୍ତି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook