Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଲୋକାୟୁକ୍ତଙ୍କ ପାଖରେ ମାମଲା ଦାୟର କଲା କଂଗ୍ରେସ

    Share on :
    ajab-Image
    Date: Jun 17, 2020    Views: 3793

    ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମ ଦ୍ୱାରା ମାକ୍ସ, ଟେଷ୍ଟିଂଗ କିଟ, ରିଏଲଟାଇମ ପିସିଆର, ରେପିଡ୍ ଟେଷ୍ଟିଂ ମେସିନ, ପିପିଇ, ନେବୁଲାଇଜର, ବାଇପାପ୍ ମେସିନ୍ ଇତ୍ୟାଦି କିଣାରେ ଦୁର୍ନୀତିର ତଦନ୍ତ ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଶ୍ରୀ ସୁଦର୍ଶନ ଦାସ ଲୋକାୟୁକ୍ତଙ୍କ ପାଖରେ ଏକ ମାମଲା ଦାୟର ହୋଇଛି । ଆଜି ପୂର୍ବାହ୍ନ ୧୧ଟା ସମୟରେ କଂଗ୍ରେସ ନେତା ତଥା ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ଶ୍ରୀ ତାରାପ୍ରସାଦ ବାହିନୀପତି, ପୂର୍ବତନ ଅର୍ଥ ମନ୍ତ୍ରୀ ପଂଚାନନ କାନୁନଗୋ, ବିଶିଷ୍ଟ ଆଇନଜୀବି ଶ୍ରୀ ଧରଣୀଧର ନାୟକ, ମନୋରଞ୍ଜନ ଦାସ ପ୍ରମୁଖଙ୍କ ଗହଣରେ ଯାଇ ଲୋକାୟୁକ୍ତଙ୍କ ପାଖରେ ଶ୍ରୀ ଦାସ ପିଟିସନ ଦାଖଲ କରିଛନ୍ତି । ଲୋକାୟୁକ୍ତ ଅଧ୍ୟକ୍ଷ ପିଟିସନଟିକୁ ଗ୍ରହଣ କରିଛନ୍ତି । ଆଇନ ଅନୁସାରେ ଯଥାବିଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି ।

     

    Maximum 500 characters

    ରାଜନୀତି View all

    Find Us on Facebook