Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଫେରିଲା ଲକଡାଉନ, ଟେନସନ ଦେଲାଣି କରୋନା ସଂକ୍ରମଣ

    Share on :
    ajab-Image
    Date: Apr 8, 2021    Views: 3988

    ଭୋପାଳ: କରୋନା ସଂକ୍ରମଣ ଭିତରେ ଏକ ବଡ଼ ଖବର  ସାମନାକୁ ଆସିଛି ।  କରୋନାର ଦ୍ୱିତୀୟ ଲହରୀ ଅବସରରେ ବର୍ତ୍ତମାନ ସୁଦ୍ଧା କିଛି ରାଜ୍ୟରେ କର୍ଫୁ୍ୟ ଜାରି ହୋଇଆସୁଥିବାବେଳେ ମଧ୍ୟପ୍ରଦେଶରେ ଲକଡାଉନ ଘୋଷଣା କରାଯାଇଛି ।  ସମସ୍ତ ସହରାଞ୍ଚଳରେ ୬୦ ଘଣ୍ଟା ପାଇଁ ଲକଡାଉନ ଘୋଷଣା କରାଯାଇଛି ।  ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ଯାଏଁ ଲକଡାଉନ ଘୋଷଣା କରାଯାଇଛି । ବଢିଚାଲିଥିବା ସଂକ୍ରମଣରେ ରୋକ ଲଗାଇବାକୁ ଏହି ଲକଡାଉନ ଘୋଷଣା କରାଯାଇଛି ।  

    ପୂର୍ବରୁ ମଧ୍ୟପ୍ରଦେଶ ସରକାର ସହରାଞ୍ଚଳ ମାନଙ୍କରେ ନାଇଟ କର୍ଫୁ୍ୟ ଘୋଷଣା କରିଥିଲେ । ଏହାଛଡ଼ା ୧୩ଟି ସହରରେ ରବିବାର ଲକଡାଉନ ହେବ ବୋଲି କୁହାଯାଇଥିଲା । ଏତଦବ୍ୟତୀତ ଅଫିସଗୁଡ଼ିକ ଆସନ୍ତା ୩ ମାସ ଧରି ଶନିବାର ଓ ରବିବାର ସମ୍ପୂର୍ଣ୍ଣଭାବେ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶରେ ୪୦୪୩ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ  ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସମସ୍ତ ସହରାଞ୍ଚଳରେ ୬୦ ଘଣ୍ଟା ପାଇଁ ଲକଡାଉନ ଘୋଷଣା କରିଛନ୍ତି ।

     

    Maximum 500 characters

    ତାଜା ଖବର View all

    Find Us on Facebook