Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କେତେ ଟଙ୍କାର ମଦ କିଣିଲେ କେତେ ସର୍ଭିସ ଚାର୍ଜ ଜାଣନ୍ତୁ

    Share on :
    ajab-Image
    Date: May 22, 2020    Views: 4226

    କଟକ: ଲକଡାଉନ ସମୟରେ ଦୋକାନରେ ଭିଡକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଅନଲାଇନରେ ମଦ ବିକି୍ର ପାଇଁ ଏକ ପ୍ରକାର ସ୍ଥିର କରିଛନ୍ତି । ଉଭୟ ଖାଦ୍ୟ ଡେଲିଭରି କରୁଥିବା ସଂସ୍ଥା ଓ ଦୋକାନୀମାନେ ପିଲା ରଖି ଘରେ ଖାଦ୍ୟ ପହଞ୍ଚାଇ ପାରିବେ । ସର୍ବନିମ୍ନ ୫୦୦ ଟଙ୍କାର ମଦ କିଣିଲେ ଏଥିପାଇଁ ୫୦ ଟଙ୍କାର ସର୍ଭିସ ଚାର୍ଜ ବା ଡେଲିଭରି ଚାର୍ଜ ଦେବାକୁ ପଡ଼ିବ ବୋଲି ଆପାତତଃ ସ୍ଥିର ହୋଇଛି । ଅନଲାଇନ ମଦ ବିକି୍ରର ରୂପ ରେଖ ସ୍ଥିର ପାଇଁ ଗଠିତ ଉଚ୍ଚସ୍ତରୀୟ ଅବକାରୀ କମିଟି ଏଭଳି ନିଷ୍ପତ୍ତି ନେଇଛି । ଲକଡାଉନ ବେଳେ ଓ ପରେ ମଦ ଦୋକାନ ଖୋଲିଲେ ଭିଡ ହେବା ଏକ ପ୍ରକାର ନିଶ୍ଚିତ । କରୋନା ଭୂତାଣୁ ସଂକ୍ରମଣ ପାଇଁ ଏହି ଭିଡ଼ ବଡ଼ ବିପଦ । 
    ୫ ଶହ ଟଙ୍କା ମୂଲ୍ୟର ମଦ ପାଇଁ ୫୦ ଟଙ୍କା ଡେଲିଭରି ଚାର୍ଜ ପଡ଼ିବ । ୫୦୧ ରୁ ହଜାର ପାଇଁ ୧୦୦ ଟଙ୍କା । ହଜାରେରୁ ୧୫୦୦ ପାଇଁ ୧୨୫ ଟଙ୍କା । ୧୫୦୧ ରୁ ଦୁଇ ହଜାର ପାଇଁ ୧୫୦ ଟଙ୍କା । ୨୦୦୧ରୁ ଅଢେ଼ଇ ହଜାର ପାଇଁ ୧୭୫ ଟଙ୍କା । ୨୫୦୧ ରୁ ୩ ହଜାର ପାଇଁ ୨ ଶହ ଟଙ୍କା । ୨୦୦୧ ରୁ ୩୫ ଶହ ପର୍ଯ୍ୟନ୍ତ ୨୨୫ ଟଙ୍କା ଓ ୩୫୦୧ ରୁ ୪ ହଜାର ପର୍ଯ୍ୟନ୍ତ ଏବଂ ତା ଠାରୁ ଅଧିକ ପାଇଁ ୨୫୦ ଟଙ୍କା ଡେଲିଭରି ଚାର୍ଜ ପଡ଼ିବ ।
    ଏଭଳି ଢ଼ଙ୍ଗରେ ଅନଲାଇନରେ ମଦ ବିକି୍ର ହେବ ବୋଲି ଏଯାବତ ଅବକାରୀ ବିଭାଗ କିମ୍ବା କମିସନରଙ୍କ କାର୍ଯ୍ୟାଳୟରୁ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook