Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପହିଲାରୁ କାଉଂଟରରେ ମିଳିବ ମଦ

    Share on :
    ajab-Image
    Date: Jun 30, 2020    Views: 3884

    ଭୁବନେଶ୍ୱର : କରୋନାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଅନଲାଇନ ମାଧ୍ୟମରେ ମଦ ଉପଲବ୍ଧ କରାଉଥିଲେ  । ମଦ ଦୋକାନୀ ଏବଂ ଜୋମାଟୋ ଓ ସ୍ୱିଗ ଜରିଆରେ ମଦ ଗ୍ରାହକଙ୍କ ପାଖରେ ପହଁଚୁଥିଲା  । କିନ୍ତୁ ଏବେ କାଉଂଟରରେ ମଦ ଦେବାକୁ ନିଷ୍ପତି ନିଆଯାଇଛି  । ଆସନ୍ତା ଜୁଲାଇ ୧ରୁ କାଉଂଟରେ ମଦ ମିଳିପାରିବ  । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କାଉଂଟରରେ ମଦ ମିଳିବ  । ଅପରପକ୍ଷରେ ପୂର୍ବଭଳି ହୋମ ଡେଲିଭରି ବ୍ୟବସ୍ଥା ମଧ୍ୟ ଜାରି ରହିବ  । ଏଥିପାଇଁ କେତେକ ସର୍ତାବଳୀ ମଧ୍ୟ ରହିଛି  । ଗ୍ରାହକମାନେ ସାମାଜିକ ଦୂରତା ରକ୍ଷା କରି ମଦ ନେବେ  । ମୁହଁରେ ସମସ୍ତେ ମାସ୍କ ପିନ୍ଧିବେ  । ଦୋକାନୀମାନେ ଏହା ନିଶ୍ଚିତ କରିବେ  । ଯେଉଁ କାଉଂଟରରେ ନିୟମ ଉଲ୍ଲଂଘନ ହେବ ସେହି କାଉଂଟରକୁ ଜିଲ୍ଲାପାଳମାନେ ବନ୍ଦ କରିପାରିବେ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି  । ଅପରପକ୍ଷରେ କାଉଂଟରରୁ ମଦ ନେବା ପାଇଁ ପୋର୍ଟାଲରେ ବୁକିଂ କରି ଟୋକନ ନେବାକୁ ପଡ଼ିବ  । ଟୋକନରେ ମଦ ମିଳିବାର ସମୟ ମଧ୍ୟ ଉଲ୍ଳେଖ ରହିବ  । ଇ-ଟୋକନ କିଭଳି ମିଳିବ ସେନେଇ କାଉଂଟର ପକ୍ଷରୁ ଡିସପ୍ଲେ କରାଯିବ  ।

    ସୂଚନାଯୋଗ୍ୟଯେ, କରୋନାକୁ ଆଖି ଆଗରେ ରଖି ରାଜ୍ୟ ସରକାର ହୋମ ଡେଲିଭରୀ ବ୍ୟବସ୍ଥା କରିଥିଲେ  । ସେହିପରି ୫୦% କରୋନା ଟିକସ ମଧ୍ୟ ନେଉଥିଲେ । ଫଳରେ ମଦ ଦାମ ପ୍ରାୟ ଦେଢ଼ ଗୁଣା ହେବା ସହ ଡେଲିଭରି ଦେୟ ବାବଦରେ ଅତିକମରେ ଶହେ ଟଙ୍କା ଦେବାକୁ ପଡ଼ୁଥିଲା  । ଫଳରେ ମଦ ବେପାର ବହୁ କମିଯାଇଥିଲା  । ଅନେକ ମଦ ଦୋକାନୀ ସରକାରଙ୍କୁ ଏନେଇ ଅବଗତ କରିଥିଲେ  । ଅପରପକ୍ଷରେ ଗତକାଲି ଦେଶୀ ମଦର ହୋମ ଡେଲିଭରୀ ପାଇଁ ମଧ୍ୟ ନିଷ୍ପତି ନିଆଯାଇଥିଲା  ।

    Maximum 500 characters

    ତାଜା ଖବର View all

    Find Us on Facebook