Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କେମିତି ହେବ ମଦର ହୋମ ଡେଲିଭରୀ ? ଜାଣନ୍ତୁ ବିସ୍ତୃତ ତଥ୍ୟ

    Share on :
    ajab-Image
    Date: May 23, 2020    Views: 6259

    ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଅନ ଓ ଅଫ ମଦ ଦୋକାନଗୁଡ଼ିକ ମଦର ହୋମ ଡେଲିଭରୀ କରିପାରିବେ  । ସେହିପରି ମଦର ଏମଆରପି ଉପରେ ୫୦% କୋଭିଡ଼ ଫି’ ଲାଗୁ କରାଯାଇଛି  । ଏବାବଦରେ ମିଳିବାକୁ ଥିବା ଅତିରିକ୍ତ ରାଜସ୍ୱ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ତତସଂକ୍ରାନ୍ତୀୟ କାର୍ଯ୍ୟ ପାଇଁ ଖର୍ଚ୍ଚ ହେବ  ।

    ହୋମ ଡେଲିଭରୀ ସିଧାସଳଖ ଭାବେ ମଦ ଦୋକାନୀମାନେ ଦେଇପାରିବେ  । ଏହାଛଡ଼ା ଅନ୍ୟ ହୋମ ଡେଲିଭରୀ ସେବା ପ୍ରଦାନକାରୀ ମଧ୍ୟ ମଦ ହୋମ ଡେଲିଭରୀ କରିପାରିବେ  । 

    ଅନ ଅଫ ଦୋକାନ ଲାଇସେନ୍ସ ପାଇଥିବା ଦୋକାନୀମାନେ ସେମାନଙ୍କର ଫୋନ, ମୋବାଇଲ, ହ୍ୱାଟସଆପ ନମ୍ବର, ଇମେଲ ଆଇଡ଼ି ଓ ୟୂପିଆଇ ତଥ୍ୟ ସୁଦୃଶ୍ୟ ଭାବେ ଉଲ୍ଲେଖ କରିବେ  । 

    ଓଏସବିସି ୱେବସାଇଟରେ ଜିଲ୍ଲାୱାରୀ ଅନ/ଅଫ ମଦ ଦୋକାନ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯିବ  । ୱେବସାଇଟରେ କେଉଁ ମଦର ଏମଆରପି କେତେ ରହିଛି ତାହା ମଧ୍ୟ ଉଲ୍ଳେଖ ରହିବ  । 

    ହୋମ ଡେଲିଭରି ପାଇଁ ଗ୍ରାହକମାନେ ଫୋନ, ଏସଏମଏସ, ହ୍ୱାଟସଆପ ଓ ଇମେଲ ଯୋଗେ ଅଡର଼୍ର ଦେବେ  । ଦୋକାନ ଆଗରେ ଯେଭଳି ଭିଡ଼ ଜମିବ ନାହିଁ ତାହା ଉପରେ ଦୋକାନୀମାନେ ଧ୍ୟାନ ଦେବେବୋଲି ବିଜ୍ଞପ୍ତିରେ ଉଲ୍ଳେଖ ରହିଛି  ।

    ଅବକାରୀ କମିଶନରଙ୍କ ଠାରୁ ଏନଓସି ନେବା ପରେ ଡେଲିଭରୀ ସର୍ଭିସ ପ୍ରୋଭାଇଡ଼ରମାନେ ମଦର ହୋମ ଡେଲିଭରୀ କରିପାରିବେ  ।

    କେଉଁ କେଉଁ ସଂସ୍ଥାଙ୍କୁ ଏନଓସି ଦିଆଗଲା ତାହାର ତାଲିକା ଓଏସବିସି ୱେବସାଇଟରେ ପ୍ରଦର୍ଶିତ କରାଯିବ  ।

    ଧାର୍ଯ୍ୟ ଏମଆରପି ଦେୟ ଠାରୁ ଅଧିକ ଅର୍ଥ ନେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

    ଅବକାରୀ କମିଶନର ଡେଲିଭରି ଚାର୍ଜେସ ସ୍ଥିର କରିବେ  । ୧ ହଜାର ଟଙ୍କା ପର୍ଯ୍ୟନ୍ତ ମଦ ପାଇଁ ୧୦୦ ଟଙ୍କା ଚାର୍ଜ ଦେବାକୁ ପଡ଼ିବ  ।  ପରେ ପ୍ରତି ୫୦୦ ଟଙ୍କା ପାଇଁ ୨୫ ଟଙ୍କା ଚାର୍ଜ ଦେବାକୁ ପଡ଼ିବ  । ଯଦି ଡେଲିଭରି ଚାର୍ଜ ୩୦୦ ଟଙ୍କାରୁ ଅଧିକ ହୁଏ ହୋମ ଡେଲିଭରୀ ପ୍ରଦାନକାରୀ ସଂସ୍ଥା ସିଲିଂ ରଖିପାରିବେ  ।

    ସକାଳ ୭ରୁ ସଂଧ୍ୟା ୬ ପର୍ଯନ୍ତ ହୋମ ଡେଲିଭରି ହେବ  । ୬ ଘଂଟା ମଧ୍ୟରେ ଅଡର଼୍ର ଡେଲିଭରୀ ହେବ  ।

    ଡେଳିଭରି ଦେଉଥିବା ବ୍ୟକ୍ତିଙ୍କୁ ରିଟେଲର ଓ ଏଜେନ୍ସୀ ପକ୍ଷରୁ ଆଇ କାଡର଼୍ ପ୍ରଦାନ କରିବା ସହ ଇନଭଏସ ବି ଦିଆଯିବ  । ଇନଭଏସରେ ଗ୍ରାହକଙ୍କ ନାଁ, ଠିକଣା, କେଉଁ ବ୍ରାଣ୍ଡର ମଦ, ତା’ର ଦାମ, ତାରିଖ ଓ ସମୟ ଆଦି ଉଲ୍ଲେଖ ରହିବ  । 

    ଯଦି ଜଣେ ବ୍ୟକ୍ତି ବ୍ଲେଣ୍ଡରସ ପ୍ରାଇଡ଼ର ଏକ ୭୫୦ ମିଲି ବୋତଲ କିଣିବେ ତାହା ବର୍ତମାନ ତାଙ୍କୁ ୧୪୯୮ ଟଙ୍କା ପଡ଼ିବ  । ବର୍ତମାନ ବ୍ଲେଣ୍ଡରସ ପ୍ରାଇଡର ଏମଆରପି ୯୧୫ ଟଙ୍କା ଅଛି । ଏହା ଉପରେ ୫୦% କୋଭିଡ଼ ଫି ହେଉଛି ୪୫୮ ଟଙ୍କା  । ଅର୍ଥାତ ମଦର ଦାମ ୧୩୭୩ ଟଙ୍କା  । ଏହା ଉପରେ ୧୨୫ ଟଙ୍କା ହୋମ ଡେଲିଭରୀ ଚାର୍ଜ  । ଅର୍ଥାତ ଦାମ ୧୪୯୮ ହୋଇଗଲା  ।

     

    Maximum 500 characters

    ତାଜା ଖବର View all

    Find Us on Facebook