ମୁଖ୍ୟ ଖବର
ମାଦି୍ରଦ: ଆର୍ଜେଣ୍ଟିନା ତଥା ବାର୍ସିଲୋନା ତାରକା ଲିଓନେଲ ମେସି ମଙ୍ଗଳବାର ଏକ ମାଇଲଖୁଣ୍ଟରେ ପହଞ୍ଚିଛନ୍ତି । ଆଟଲେଟିକୋ ବିପକ୍ଷରେ ବାର୍ସିଲୋନା ଖେଳିଥିବା ଏକ ମ୍ୟାଚରେ ମେସି ତାଙ୍କ ଜୀବନର ୭୦୦ ତମ ଗୋଲ୍ କରିଛନ୍ତି । ସେ ପେନାଲଟି ଜରିଆରେ ଏହି ଗୋଲ୍ଟି କରିଥିଲେ । ହେଲେ ମେସିଙ୍କ ଗୋଲ୍ ସତ୍ତ୍ୱେ ବାସିଲୋନା ବିଜୟରୁ ବଞ୍ଚିତ ହୋଇଥିଲା । ଏହି ମ୍ୟାଚକୁ ଆଟଲେଟିକୋ ୨-୨ ଗୋଲରେ ଅମୀମାଂସିତ ରଖିଥିଲା । ଡିଆଗୋ କୋଷ୍ଟାଙ୍କ ଆତ୍ମଘାତୀ ଗୋଲ୍ ବଳରେ ବାର୍ସିଲୋନା ସଅଳ ଅଗ୍ରଣୀ ପାଇବା ପରେ ମେସିଙ୍କ ଗୋଲ ବିଜୟ ସମ୍ଭାବନା ସୃଷ୍ଟି କରିଥିଲା । ହେଲେ ସଲ ନିଗୁଏକଙ୍କ ଯୁଗଳ ଗୋଲ ସ୍ଥିତି ସମାନ କରିଦେବା ପରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା । ଏହି ମ୍ୟାଚର ଫଳାଫଳ ଏବେ ବାର୍ସିଲୋନାର ଟ୍ରଫି ହାସଲ ଆଶା ପ୍ରତି ଝଟକା ଲାଗିଛି । କାରଣ ଆଟଲେଟିକୋ ସହ ବାସିଲୋନା ପଏଣ୍ଟ ବାଣ୍ଟିବାରୁ ରିଅଲ ମାଦି୍ରଦ ଏବେ ୪ ପଏଣ୍ଟ ବ୍ୟବଧାନର ଅଗ୍ରଣୀ ସହ ଶୀର୍ଷ ସ୍ଥାନ ସୁଯୋଗ ପାଇଯାଇଛି । ଅନ୍ୟପକ୍ଷରେ ସେଭିଲାଠୁ ୨ ପଏଣ୍ଟ ଉପରେ ରହି ଆଟଲେଟିକୋ ତୃତୀୟ ସ୍ଥାନରେ ରହିଛି ।
Comments ସମସ୍ତ ମତାମତ