Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସିଂହୀ ପ୍ରେମରେ ବାୟା ସିଂହ

    Share on :
    ajab-Image
    Date: Feb 10, 2020    Views: 2962

    ରାଜକୋଟ: ପ୍ରେମିକାକୁ ଭେଟିବାକୁ ପ୍ରେମିକ କେତେ ବାଟ ଯାଇପାରିବ? କୁହାଯାଏ ଆବଶ୍ୟକ ପଡ଼ିଲେ ପ୍ରେମିକ ଜଣକ ସାତ ସମୁଦ୍ର ପାରି ହେବାକୁ ପଛାଇ ନଥାଏ । ହେଲେ ଗୋଟିଏ ସିଂହ ନିଜର ପ୍ରେମିକା ସିଂହୀକୁ ଭେଟିବାକୁ ୬୦ କି.ମି ଯାତ୍ରା କରୁଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । କିନ୍ତୁ ଏହା ସତ । ସିଂହଟି ଗତ ୧ ବର୍ଷ ହେଲା ପ୍ରତି ୧୫ ଦିନରେ ଥରେ ପ୍ରେମିକାକୁ ଭେଟିବାକୁ ଯାଉଛି । ଏଭଳି ଏକ ଘଟଣା ଦେଖିବାକୁ ମତିଛି ଗୁଜରାଟର ଆମ୍ରେଲି ଜିଲ୍ଲାରେ । ରାଜୁଲା ନିକଟସ୍ଥ ଡୁଙ୍ଗର ଗ୍ରାମ ଜଙ୍ଗଲରୁ ଏହି ସିଂହଟି ନିଜର ୩ ଜଣ ସାଥୀ ସିଂହଙ୍କ ସହିତ ବାହାରି ୬୦ କି.ମି ଦୂର ସଭରକୁଣ୍ଡଲା ନିକଟ ଅମ୍ବରଡ଼ି ଜଙ୍ଗଲକୁ ଯାଉଛି ଓ ସେଠାରେ ସିଂହୀ ସହିତ ବେଶ୍ କିଛି ଘଣ୍ଟା ବିତାଇବା ପରେ ପୁଣି ସେଠାରୁ ନିଜ ସାଥୀଙ୍କ ସହ ଫେରି ଆସୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ସିଂହଟି ସିଂହୀ ସହିତ ସମୟ ବିତାଇବା ବେଳେ ତାର ଅନ୍ୟ ୩ ଜଣ ସାଥୀ ସିଂହ ତାକୁ ଆଦୌ ଏଥିରେ ବାଧା ଦେଉନାହାନ୍ତି । ଏହି ୪ଟି ଯାକ ସିଂହଙ୍କର ବୟସ ୪-୫ ବର୍ଷ ହେବ । ସେତରୁଞ୍ଜି ରେଞ୍ଜର ଉପଜଙ୍ଗଲ ସଂରକ୍ଷକ ସନ୍ଦୀପ କୁମାର କହିଛନ୍ତି ୪ଟି ଯାକ ସିଂହଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ରହିଛି । ଏମାନେ ପ୍ରଥମେ ଗିର ଅଭ୍ୟୟାରଣ୍ୟର ପୂର୍ବାଞ୍ଚଳ ଧରି ରେଞ୍ଜର ପତଡ଼ା ଜଙ୍ଗଲରେ ରହୁଥିଲେ । କିନ୍ତୁ ପ୍ରାୟ ୧ ବର୍ଷ ହେବ ଏମାନେ ଡୁଙ୍ଗରକୁ ଚାଲି ଆସିଛନ୍ତି । ସ୍ଥାନୀୟ ଅଞ୍ଚଳର ଲୋକମାନେ ଏହି ସିଂହକୁ ୧ ବର୍ଷ ହେବ ସେଠାରେ ଦେଖୁଛନ୍ତି । ଏହି ସିଂହଙ୍କ ପ୍ରଭାବ ଭାବନଗର ଜିଲ୍ଲା ମହୁଆ ଉପକୂଳ ପର୍ଯ୍ୟନ୍ତ ଅର୍ଥାତ ୨୦୦ ବର୍ଗ କି.ମି ଅଞ୍ଚଳରେ ରହିଛି ବୋଲି ବନ୍ୟପ୍ରାଣୀ ସଂରକ୍ଷକ ହିମାଂଶୁ ଭଟ୍ଟ କହିଛନ୍ତି ।ଈ

    Maximum 500 characters

    ବିଶେଷ View all

    Find Us on Facebook