ମୁଖ୍ୟ ଖବର
ବାଙ୍କୀ:ବଜ୍ରାଘାତରେ ଚାଲି ଗଲା ୨ ଜଣଙ୍କ ଜୀବନ । ବାଙ୍କୀ ଡମପଡା ବ୍ଲକ ଦୁଲଣାପୁର ଗାଁରେ ବଜ୍ରଘାତରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ଘଟିଥିଲା । ତୁରନ୍ତ ସେମାନଙ୍କୁ ବାଙ୍କୀ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକ ଦୁଇଜଣ ସେହି ଗାଁର ଗତିକୃଷ୍ଣ ପରିଡା ଓ ରମେଶ ସାହୁ ବୋଲି ଜଣାପଡିଛି । ସେପଟେ ୪ଜଣ ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।
ଅନ୍ୟପଟେ ବଙ୍ଗୋପସାଗରରେ ଥିବା କେନ୍ଦ୍ରୀୟ ଅବପାତ ଘଣ୍ଟାପ୍ରତି ୧୭କିମି ବେଗରେ ଗତି କରୁଛି । ତୀବ୍ର ଅବପାତର ଘଣ୍ଟାପ୍ରତି ପବନର ବେଗ ରହିଛି ୫୫ରୁ ୬୫ କିମି । ପ୍ରଭାବରେ ରାଜ୍ୟର ୧୨ଟି ଜିଲ୍ଲାରେ ବର୍ଷା ସମ୍ଭାବନା । ମାଲକାନଗିରି, ରାୟଗଡା, କୋରାପୁଟ, ଗଜପତି, ଗଞ୍ଜାମରେ ବର୍ଷିବ । ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷିବ । ଘଡଘଡି ସହ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ।
କଟକ, ଭୁବନେଶ୍ୱରରେ ମଧ୍ୟ ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ବର୍ଷା । ଘଡ଼ଘଡ଼ି ସହିତ ବର୍ଷା ଜାରି ରହିଛି । ପଶ୍ଚିମ–କେନ୍ଦ୍ରୀୟ ବଙ୍ଗେପସାଗର ଉପରେ ରହିଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଆଜି ଭୋରରୁ ଏହା ଉତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିଛି । ଏହାର ପ୍ରଭାବରେ ବିଗତ ୬ ଘଂଟା ଧରି ପବନର ବେଗ ଘଂଟା ପ୍ରତି ୧୭ କିଲୋମିଟର ବେଗରେ ଥିଲା । ତେବେ ପବନର ବେଗ ବଢ଼ିବାର ପୂର୍ବାନୁମାନ କରାଯାଇଛି ।
Comments ସମସ୍ତ ମତାମତ