Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କରୋନାରୁ ଦୂରେଇ ରହିବା ପାଇଁ ଏଭଳି ହେବା ଆବଶ୍ୟକ ଆପଣଙ୍କ ଜୀବନଶୈଳୀ

    Share on :
    ajab-Image
    Date: Oct 17, 2020    Views: 2401

    ସ୍ୱାସ୍ଥ୍ୟ ହିଁ ପ୍ରକୃତ ସମ୍ପଦ। ବିଶେଷ କରି କରୋନା ମହାମାରୀ ସମୟରେ ସଭିଏଁ ଏହି କଥାର ତାତ୍ପର୍ୟ୍ୟକୁ ସଠିକ ଭାବେ ବୁଝିସାରିଥିବେ। ଥଣ୍ଡା, କାଶ, ଜ୍ୱର ଆଦି ଜୀବାଣୁ ଜନିତ ହେଉ ଅଥବା ଭୂତାଣୁ ଜନିତ ଯଦି ଜଣଙ୍କର ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ଥାଏ, ତେବେ ଆମକୁ ସହଜରେ ରୋଗ ଆକ୍ରମଣ କରିପାରେ ନାହିଁ। ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହେବା ଆପଣଙ୍କ ଜୀବନଶୈଳୀ ଓ ଖାଦ୍ୟ ପେୟ ଉପରେ ନିର୍ଭର କରିଥାଏ। ଏହାସହ ଦୈନନ୍ଦିନ କାର୍ୟ୍ୟ ଉପରେ ମଧ୍ୟ ନିର୍ଭର କରିଥାଏ। ତେଣୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। 
    – ଚିକିତ୍ସକ ଓ ବିଶେଷଜ୍ଞ ମତରେ ଉତମ ଜୀବନଶୈଳୀ ବିନା ରୋଗ ପ୍ରତିରୋଧକ କ୍ଷମତା ମଜଭୂତ ହୋଇପାରିବ ନାହିଁ। ଜୀବନଶୈଳୀରେ କେବଳ ଖାଦ୍ୟପେୟ, ବ୍ୟାୟାମ ଓ ଉତମ ନିଦରେ ସୀମିତ ନୁହେଁ।ଏଥିରେ ନିଜର କର୍ମ, ଆଖପାଖର ବାତାବରଣ,ପରିବେଶ ଓ ସମାଜ ପ୍ରତି ଆପଣଙ୍କ ଉନ୍ନତ କର୍ତବ୍ୟ। ପ୍ରତିରୋଧକ କ୍ଷମତାର ପ୍ରକୃତ ଅର୍ଥ ନିଜ ଭିତରେ ପ୍ରାକୃତିକ ଉପାୟରେ ଆତ୍ମରକ୍ଷା କରିବାର ପ୍ରଣାଳୀ ଜାଣନ୍ତୁ
    – ଉତମ ଖାଦ୍ୟପେୟ ଓ ବ୍ୟାୟାମ।
    – ସ୍ୱଚ୍ଛ ବାତାବରଣ
    – ଉଠିବା, ବସିବା, ଚାଲିବା, ଶୋଇବା ଏସବୁର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାର ଗଭୀର ସମ୍ବନ୍ଧ ରହିଛି।
    – ଅଧିକ ଛଣାଛରି ଖାଦ୍ୟ ଖାଆନ୍ତୁ ନାହିଁ।
    ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ।
    – ଯେଉଁ ବ୍ୟକ୍ତିମାନେ ଅଧିକ ଧୂମ୍ରପାନ କରନ୍ତି , ସେମାନଙ୍କ ଫୁସଫୁସ କାର୍ୟ୍ୟର କ୍ଷମତା କମିଯାଏ। ତେଣୁ ସ୍ୱଳ୍ପ କରୋନା ସଂକ୍ରମଣ ସେମାନଙ୍କ ପାଇଁ ପ୍ରାଣଘାତୀ ହୋଇଥାଏ।
    – ସ୍ୱଚ୍ଛତା ରଖନ୍ତୁ ଓ ରୁହନ୍ତୁ। ଆବଶ୍ୟକ ଅନୁଯାୟୀ ଭଲ ଭାବେ ହାତ ଧୁଅନ୍ତୁ। ରାସ୍ତାରେ ଅଳିଆ, ଆବର୍ଜନା ଆଦୌ ପକାନ୍ତୁ ନାହିଁ। ପରିବେଶକୁ ସଫା ରଖନ୍ତୁ।
    – ଘରୁ ବାହାରିବା ମାତ୍ରେ ମାସ୍କ ବ୍ୟବହାର କରନ୍ତୁ। ସାମାଜିକ ଦୂରତା ବଜାୟ ରଖନ୍ତୁ।

    Maximum 500 characters

    ବିଶେଷ View all

    Find Us on Facebook