Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଚାଷୀ ଚାଉଳ ନୁହେଁ, ଧାନ ବିକେ: ଲେଖାଶ୍ରୀ

    Share on :
    ajab-Image
    Date: Jan 19, 2021    Views: 5589

    ଭୁବନେଶ୍ୱର: ଚାଷୀ ଚାଳଉ ବିକେନି, ଚାଷୀ ଧାନ ବିକେ । ମିଲର୍ସ ଚାଉଳ ବିକନ୍ତି ।  ରାଜ୍ୟ ସରକାର ଚାଷୀଙ୍କ ପାଇଁ ନୁହେଁ ମିଲର୍ସଙ୍କ ପାଇଁ ଚିନ୍ତିତ । ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର  ଏହା କହିଛନ୍ତି ।  ରାଜ୍ୟ ସରକାରଙ୍କ  ଉଷୁନା ରାଜନୀତି ମିଲର୍ସଙ୍କ ସ୍ୱାର୍ଥରେ ବୋଲି ଲେଖାଶ୍ରୀ କହିଛନ୍ତି ।  କେନ୍ଦ୍ର ଉଷୁନା ଚାଉଳ ନେଉନଥିବା ନେଇ ବିଜେଡିର ଅଭିଯୋଗ ପ୍ରସଙ୍ଗରେ ଲେଖାଶ୍ରୀ ଏହା କହିଛନ୍ତି ।

    ଏହାଛଡ଼ା ସେ କହିଛନ୍ତି ଯେ,  ଅରୁଆ ଅପେକ୍ଷା ଉଷୁନା ଚାଉଳ ପ୍ରସ୍ତୁତିରେ ମିଲର୍ସଙ୍କୁ  ଅଧିକ ଲାଭ ମିଳେ ।  ଅରୁଆ ଅପେକ୍ଷା ଉଷୁନାରେ ୭% ଅଧିକ ଚାଉଳ ଉପôାଦନ ହୋଇଥାଏ ।  ଉଷୁନା ଧାନ କୁଣ୍ଡାରୁ ତେଲ ଉପôାଦନ କରି ମିଲର୍ସ ଲାଭବାନ ହୋଇଥାଏ ।  ଏଫସିଆଇ ଉଷୁନା ୫୦% ଦେଇ ଅରୁଆ ଯେତେଇଚ୍ଛା ଦେବାକୁ କହିଛି ।  ବିଜେଡି ସେ ପ୍ରସଙ୍ଗ ଲୁଚାଇ ମିଲର୍ସଙ୍କ ସ୍ୱାର୍ଥରେ ଉଷୁନା ରାଜନୀତି କରୁଛି ବୋଲି  ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର  ଏହା କହିଛନ୍ତି ।

    ପ୍ରକାଶ ଯେ,   କେନ୍ଦ୍ର ସରକାର ବଳକା ଉଷୁନା ଚାଉଳ ନେଉନଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ।  ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ ଅଭିଯୋଗ କରିଥିଲେ ।   ସେମାନଙ୍କ କହିବା ଅନୁଯାୟୀ ଓଡ଼ିଶାରୁ ଉପôାଦିତ ଉଷୁନା ଚାଉଳର ୫୦ ପ୍ରତିଶତ କେନ୍ଦ୍ର ନେବ କହୁଛି ।  ଏଯାଏ ରାଜ୍ୟରେ ୩୫ ଲକ୍ଷ ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ ହୋଇଛି ।  ଚଳିତ ବର୍ଷ ମୋଟ ୮୨ ଲକ୍ଷ ମେଟ୍ରିକ ଟନ ଧାନ କିଣାଯିବା ଲକ୍ଷ୍ୟ ରହିଛି ।  ଧାନ କିଣା ନେଇ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ରାଜ୍ୟ ସରକାର ଦେଇଛନ୍ତି ।  ତେବେ ସେନେଇ କେନ୍ଦ୍ର ଏଯାବତ ରାଜ୍ୟ ସରକାରଙ୍କୁ ଟଙ୍କା ଦେଇନି ।  କେନ୍ଦ୍ର ଉଷୁନା ଚାଉଳ ନନେଲେ ଓଡ଼ିଶା ଉପରେ ୧୦ ହଜାର କୋଟି ବୋଝ ପଡ଼ିବ ।  ରାଜ୍ୟ ବିଜେପି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା ନକାନ୍ଦି କେନ୍ଦ୍ରକୁ ବୁଝାଉ ବୋଲି  ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ।  

    ପରେ  ସୋମବାର ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେଯେ, ଡିସେମ୍ବର ୧ରୁ ମଣ୍ଡି ଖୋଲିବେ କହି କେବେ ଖୋଲିଲେ ଓ  କେବେ ବନ୍ଦ କଲେ ତାହା ଜଣାପଡ଼ିଲା ନାହିଁ ।  କେନ୍ଦ୍ର ମଣ୍ଡିର ଭିତ୍ତିଭୂମି ବିକାଶ ପାଇଁ  ହଜାର ହଜାର କୋଟି ଦେଉଛନ୍ତି ।  ଟଙ୍କା ଆସୁଛି, ପଡ଼ି ରହୁଛି । ଏହା ଚାଷୀଙ୍କ ପାଖକୁ ଯାଉନାହିଁ ।  ଟୋକନ  ଅବ୍ୟବସ୍ଥା ଓ କଟନୀ ଛଟନୀରେ ଚାଷୀଙ୍କୁ ହତାଶ କରାଯାଉଛି ।  ଭଲ ଫସଲ ହୋଇଛି । ବଳକା ଧାନ ଅନ୍ୟ ରାଜ୍ୟ ନିଜସ୍ୱ  ଯୋଜନାରେ କିଣୁଛନ୍ତି । ତେବେ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ କେତେ ଧାନ କିଣିଛନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଥିଲେ ।    ଏଥିସହ ସରକାର ମଣ୍ଡି ଖୋଲି ଚାଷୀଙ୍କ ଧାନ ଉଠାଇବାକୁ ସେ ଦାବି କରିଥିଲେ । 

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook