Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୁଲିସ ସବୁଠୁ ବଡ଼ ଗୁଣ୍ଡା ସାଜିଛି: ଲେଖାଶ୍ରୀ

    Share on :
    ajab-Image
    Date: Nov 22, 2020    Views: 3338

    ଭୁବନେଶ୍ୱର: ପୁଲିସ ହେପାଜତ ମୃତୁ୍ୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପି ପକ୍ଷରୁ ଟାର୍ଗେଟ କରାଯାଇଛି । ଏନେଇ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ନିଜ ପ୍ରତିକ୍ରିୟାରେ କହିଛନ୍ତି  ଯେ, ହାଜତ ମୃତୁ୍ୟ ଅତ୍ୟନ୍ତ ନିନ୍ଦନୀୟ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ।  ମୁଖ୍ୟମନ୍ତ୍ରୀ ଦମନ କରି ଶାସନ ବ୍ୟବସ୍ଥା ଚଳାଇବା ଅଭିମୁଖ୍ୟରେ ଅଛନ୍ତି ।  କ୍ଷମତାରେ ରହିବା ପାଇଁ ପ୍ରଶାସନ-ପୁଲିସର ପାର୍ଟନରସିପ ଚାଲିଛି । ପୁଲିସ ସରକାରଙ୍କ ସବୁଠୁ ବଡ଼ ଗୁଣ୍ଡା ସାଜିଛି ।  ନ୍ୟାୟ ପାଇଁ ସ୍ୱର ଉତ୍ତୋଳନ କଲେ ପୁଲିସ ପାଲି ଆଖି ଦେଖାଉଛି ।  ସରକାର ବିକାଶର କାମ ଭୁଲିଗଲେଣି । କେବଳ ନିର୍ବାଚନ ଜିତିବା ଲକ୍ଷ୍ୟ ରହିଛି ।  ନିର୍ବାଚନ ଜିତିବା ଲାଗି ବିରୋଧୀଙ୍କୁ ଧମକାଉଛନ୍ତି ଓ ମିଥ୍ୟା କେସ କରୁଛନ୍ତି ବୋଲି   ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

    ଅନ୍ୟପକ୍ଷରେ ପିପିଲି ଥାନାରେ ୫ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣାରେ  ଗୁରୁତର ଜଗନ୍ନାଥ ପୁଷ୍ପାଳକଙ୍କୁ ଦେଖାଇ ଦିଆଯାଉନଥିବା  ପରିବାର ଲୋକ ଅଭିଯୋଗ କରିଛନ୍ତି ।  ଜଗନ୍ନାଥ ପୁଷ୍ପାଳକ କଟକ ଏସସିବିରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।  ବାପା ଓ ଭାଇ ତାଙ୍କୁ ଦେଖା କରିବାକୁ ଯାଇଥିବାବେଳେ ପୁଲିସ ଦେଖା କରାଇ ଦେଇନଥିବା ଅଭିଯୋଗ ହୋଇଛି ।  ଦେଖା କରାଇନଦେବା ସହ  ପୁଲିସ  ସେମାନଙ୍କୁ ଗାଳିଗୁଳଜ  କରିଥିବା  ଜଗନ୍ନାଥ ପୁଷ୍ପାଳକଙ୍କ ବାପା ଓ ଭାଇ ଅଭିଯୋଗ କରିଛନ୍ତି । 

     

    Maximum 500 characters

    ତାଜା ଖବର View all

    Find Us on Facebook