Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

ବିଶେଷ

ମୁଖ୍ୟ ଖବର

    ହସିବା କ୍ଷତିକାରକ!

    Share on :
    ajab-Image
    Date: Feb 7, 2020    Views: 2752

    ସମଗ୍ର ବିଶ୍ୱରେ ଏବେ ପ୍ରଚାରିତ ହେଉଛି ଯେ ହସିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଲୋକେ ଏବେ କମେଡି କାର୍ଯ୍ୟକ୍ରମ ନିୟମିତ ଦେଖୁଥିବା ବେଳେ ଲାଫିଙ୍ଗ କ୍ଲବରେ ମଧ୍ୟ ସଂଖ୍ୟାଧିକ ଲୋକ ଯୋଗ ଦେଉଛନ୍ତି । ଏପରି ସ୍ଥଳେ ବି୍ରଟେନ ନିିବାସୀ ୧୫ ବର୍ଷୀୟା ଝିଅ ଜର୍ଡନ କୁମର ହସିବା ମାତ୍ରେ ସଂଜ୍ଞାହୀନ ହୋଇଯାନ୍ତି । ଡାକ୍ତରଙ୍କ ମତରେ ସେଇ ସମୟରେ ତାଙ୍କ ଶରୀରରେ ଭିନ୍ନ ପ୍ରତିକି୍ରୟା ସୃଷ୍ଟି ହେବା ସହ ପକ୍ଷାଘାତରେ ଆକ୍ରାନ୍ତ ହୁଅନ୍ତି । ଏହି ରୋଗର ନାମ ‘କେଟେପ୍ଲେକ୍ସିକ୍ଷ । ଏହା ସହ ଜର୍ଡନ ମସ୍ତିଷ୍କ ରୋଗରେ ମଧ୍ୟ ଶିକାର, ଏଇ ଦୁଇଟି ରୋଗ କାରଣରୁ ତାଙ୍କ ଜୀବନଶୈଳୀ ପରିବର୍ତ୍ତନ ହୋଇଛି । ଲୋକଙ୍କୁ ହସିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ତାଙ୍କ ବାପା ମା କିନ୍ତୁ ସବୁ ସମୟରେ ସତର୍କ ଝିଅ ଯେମିତି ନ ହସୁ । କାରଣ ହସିବା ମାତ୍ରେ ସେ ବସିବା ସ୍ଥାନରୁ ଟଳି ପଡ଼ନ୍ତି ଓ ସଂଜ୍ଞାହୀନ ହୋଇଯାନ୍ତି । ତାଙ୍କ ସାଙ୍ଗ ସାଥୀ ଓ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ମଧ୍ୟ ଏ ବାବଦରେ ଖୁବ ସଚେତନ । ନିଜ ଜୀବନର ଏହି ସତ୍ୟ ଜାଣିବା ପରେ ମଧ୍ୟ ଜର୍ଡନଙ୍କର ବିଶ୍ୱାସ ଯେ ଦିନେ ଏହି ରୋଗରୁ ମୁକ୍ତି ପାଇଁ ଏକ ସାଧାରଣ ଜୀବନ ଶୈଳୀ ଅତିବାହିତ କରିବେ ।

     

    Maximum 500 characters

    ବିଶେଷ View all

    Find Us on Facebook