Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କେନ୍ଦ୍ରାପଡ଼ା: ବାଇକ ଚୋରି ର୍ୟାକେଟରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳର ଅଡିଓ ଭାଇରାଲ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଲେ ପୂର୍ବାଞ୍ଚଳ ଆଇଜି

ରାୟଗଡ଼ା: ୨୪ ଲକ୍ଷ ଲୁଟ ଘଟଣାରେ ୫ ଗିରଫ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୦୦ ଟଙ୍କା ଟପିଲା

    Share on :
    ajab-Image
    Date: Jul 24, 2020    Views: 3702

    ଭୁବନେଶ୍ୱର: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମେ ରାଜ୍ୟ ସରକାର ସମସ୍ତ ଶ୍ରେଣୀର ଶ୍ରମିକଙ୍କ ସର୍ବନିମ୍ନ ମଜୁରିରେ ବୃଦ୍ଧି ଘଟାଇଛନ୍ତି । ଏହି ଅନୁଯାୟୀ ଅଣ କୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଏବଂ ଅତିକୁଶଳୀ ଶ୍ରମିକଙ୍କ ମଜରୁରୀରେ ବୃଦ୍ଧି ହୋଇଛି । ସରକାର ଶ୍ରମିକମାନଙ୍କ ପରିବର୍ତ୍ତିତ ମହଙ୍ଗା ଭତ୍ତା (ଭିଡିଏ) ରେ ୫ଟଙ୍କା ୪୦ ପଇସା ବୃଦ୍ଧି ଘଟାଇଛନ୍ତି । ଏହା ଫଳରେ ଅଣକୁଶଳୀ ଶ୍ରମିକଙ୍କ ମଜୁରି ତିନି ଶହ ଟଙ୍କା ଟପିଛି ।
    ରାଜ୍ୟ ଉପଦେଷ୍ଟା ବୋର୍ଡର୨ ୫୨ତମ ବୈଠକରେ ଶ୍ରମିକଙ୍କ ପରିବର୍ତ୍ତିତ ମହଙ୍ଗା ଭତ୍ତାରେ ସଂଶୋଧନ ଆଣିବାକୁ ପରାମର୍ଶ ଦିଆଯାଇଥିଲା । ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟସୂଚୀ (ସିପିଆଇ) ର ପ୍ରତି ପଏଣ୍ଟ ପିଛା ୦.୯୦ ପଇସା ବୃଦ୍ଧି ହୋଇଛି । ଏହା ଫଳରେ ଅଣକୁଶଳୀ ଶ୍ରମିକଙ୍କ ପରିବର୍ତ୍ତିତ ମହଙ୍ଗା ଭତ୍ତାରେ ୫ ଟଙ୍କା ୪୦ ପଇସା ବୃଦ୍ଧି ହୋଇ ୩୦୩ ଟଙ୍କା ୪୦ ପଇସା ହୋଇଛି । ପୂର୍ବରୁ ଏହା ୨୯୮ ଟଙ୍କା ରହିଥିଲା । ସେହିଭଳି ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୩୮ ଟଙ୍କାରୁ ୩୪୩ ଟଙ୍କା ୪୦ ପଇସା ଏବଂ କୁଶଳୀ ଶ୍ରମିକଙ୍କ ୩୮୮ ଟଙ୍କାରୁ ୩୯୩ ଟଙ୍କା ୪୦ ପଇସା ହୋଇଛି । ତେବେ ଅଣକୁଶଳୀ ଶ୍ରମିକଙ୍କ ମଜୁରି ୪୪୮ ଟଙ୍କାରୁ ୪୫୩ ଟଙ୍କା ୪୦ ପଇସାକୁ ବୃଦ୍ଧି ହୋଇଛି । ତେବେ ଏହି ସବୁ ଶ୍ରମିକଙ୍କ ବର୍ଦ୍ଧିତ ମଜୁରି ଚଳିତ ବର୍ଷ ଏପି୍ରଲ ପହିଲାଠାରୁ ଲାଗୁ ହେବ ବୋଲି ରାଜ୍ୟ ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook