Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କିଙ୍ଗସ ବନାମ ରୟାଲ୍ସ : କିଙ୍ଗସ ସମ୍ମୁଖରେ ୧୭୧ ରନର ବିଜୟ ଲକ୍ଷ୍ୟ

    Share on :
    ajab-Image
    Date: Oct 15, 2020    Views: 3012

    ଦୁବାଇ : ଆଇପିଏଲର ୧୩ ତମ ସଂସ୍କରଣର ୩୧ ତମ ମୁକାବିଲାରେ ଆଜି ପରସ୍ପରର ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି ଆରସିବି ଏବଂ କିଙ୍ଗସ ଇଲେଭେନ । ଟସ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିବା ବିରାଟ କୋହଲିଙ୍କ ଦଳ ୧୭୧ ରନ୍ ସଂକ୍ରହ କରିଛି । ଦଳ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୪୮ ରନ ସଂଗ୍ରହ କରିଥିଲେ । ୩୯ ବଲର ସମ୍ମୁଖୀନ ହୋଇ ସେ ୩ଟି ଚୌକା ମାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିବମ ଦୁବେ(୨୩), ଆରୋନ ଫିଞ୍ଚ(୨୦) ଏବଂ ଦେବଦତ୍ତ ପାଲିକଲ (୧୮) ରନର ଉପଯୋଗୀ ଇନିଂସ ଖେଳିଥିଲେ । ଶେଷ ଭାଗରେ କ୍ରିସ ମୋରିସଙ୍କ ବିସ୍ଫୋରକ ୨୫ ଦଳକୁ ୧୭୦ ରନ ପାର କରାଇଥିଲା । ପଞ୍ଜାବ ପକ୍ଷରୁ ମୁରୁଗନ ଅଶ୍ୱିନ ଏବଂ ମହମ୍ମଦ ସାମି ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ଅର୍ଶଦୀପ ସିଂ ଏବଂ କ୍ରିସ ଜୋର୍ଡାନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ପଞ୍ଜାବର ବ୍ୟାଟିଂ ଲାଇନଅପ ସୁଦୃଢ ରହିଥିଲେ ମଧ୍ୟ ସ୍ପିନରଙ୍କୁ ସୁହାଉଥିବା ପିଚରେ ୧୭୨ ରନ୍ କଷ୍ଟସାଧ୍ୟ ହୋଇପାରେ । ତେବେ ଗେଲଙ୍କ ପ୍ରତ୍ୟାବର୍ତ୍ତନ ଦଳପାଇଁ ଶୁଭଙ୍କା ସାବ୍ୟସ୍ତ ହୋଇପାରେ ।

    Maximum 500 characters

    ଖେଳ ଖବର View all

    Find Us on Facebook