ମୁଖ୍ୟ ଖବର
ଭୁବନେଶ୍ୱର: ବହୁ ଚର୍ଚ୍ଚିତ କୁନ୍ଦୁଲି ମାମଲାରେ ପୁଲିସ ଜିଲ୍ଲା ଜଜ କୋର୍ଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛି । ତେବେ ପୀଡ଼ୀତାଙ୍କ ପରିବାର ଲୋକ ପୁଲିସର ଚୂଡ଼ାନ୍ତ ରିପୋର୍ଟକୁ ନାପସନ୍ଦ କରିଛନ୍ତି । ଆମକୁ ଆଇନଗତ ସହାୟତା ଓ ନ୍ୟାୟ ଦିଆଯାଉ ବୋଲି ପୀଡ଼ିତାଙ୍କ ଖୁଡ଼ି କହିଛନ୍ତି । ପୁଲିସ ଠିକଭାବେ ତଦନ୍ତ ନକରି ରିପୋର୍ଟ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏଥିସହ ନିର୍ଭୟା ପୀଡ଼ୀତାଙ୍କ ଓକିଲ ଏହି ମାମଲା ଲଢନ୍ତୁ ବୋଲି ପୀଡ଼ିତାଙ୍କ ଖୁଡ଼ି ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା ମୂଷାଗୁଡ଼ାର ଜଣେ ନବମ ଶ୍ରେଣୀର ଛାତ୍ରୀ କୁନ୍ଦୁଲି ହାଟପଦାକୁ ଫଟୋ ଉଠାଇବା ପାଇଁ ଆସିଥିଲେ । ସେଠାରୁ ସେ କାମ ସାରି ଫେରୁଥିବା ବେଳେ ଖାନ୍ଦା ଘାଟିର ୪ଜଣ ଯବାନ ତାଙ୍କୁ ଗଣବଳାତ୍କାର କରିଥିଲେ । କୁନ୍ଦୁଲି ପୀଡ଼ିତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିଲା । ତାଙ୍କୁ ଚିକିତ୍ସାପାଇଁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ତାଙ୍କ ବୟାନ ରେକର୍ଡ଼ କରାଯାଇଥିଲା । ନ୍ୟାୟ ନ ପାଇ ସେ ୨୦୧୮ ଜାନୁଆରୀରେ ଓ ଆତ୍ମହତ୍ୟା କରିଥିଲେ । ତେବେ ଏହି ମାମଲାର ତଦନ୍ତ ପାଇଁ ହାଇକୋର୍ଟ ଏସଆଇଟି ଗଠନ କରିଥିଲେ । ୩ଜଣ ରେଞ୍ଜର ଓ ୩ ଜଣ ଡିଆଜିଙ୍କୁ ନେଇ ଏସଆଇଟି ଗଠନ କରାଯାଇଥିଲା ।
Comments ସମସ୍ତ ମତାମତ