Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଟ୍ୱିନ୍ ସିଟିରେ ଦେଢ଼ଘଣ୍ଟା ଧରି ପ୍ରବଳ ବର୍ଷିଲା

ଓଡିଶା ଫେରିଲେ କେରଳରେ ଫସିରହିଥିବା ୧୬୯ ଓଡିଆ ଝିଅ

ଆଜିଠାରୁ ପୁଣି ଥରେ ଆରମ୍ଭ ହେଲା ଶ୍ରୀମନ୍ଦିର ସୌନ୍ଦର୍ୟ୍ୟକରଣ କାର୍ୟ୍ୟ

ଆଠଗଡ :ପୁଅକୁ ମାରି ବାଡି ପଛ ପଟେ ପୋତି ଦେଇଥିଲା ବାପା

ପୁଣି ୬୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି

banner

କଳା

ମୁଖ୍ୟ ଖବର

    କି୍ରସ-୪ ପାଇଁଁ ସଜବାଜ

    Share on :
    ajab-Image
    Date: Nov 17, 2019    Views: 157

    ଏଯାଏଁ ଫିଲ୍ମଟିର ତିନୋଟି ଭାଗ ଦେଖିବାକୁ ମିଳିଛି । କେବେ ଯେ ଚତୁର୍ଥ ଇନଷ୍ଟଲମେଣ୍ଟ ଦେଖିବାକୁ ମିଳିବ ସେଥିପାଇଁ ଅନେକ ଦିନ ହେଲା ଅପେକ୍ଷା କରିଛନ୍ତି ରିତିକ ରୋଶନଙ୍କ ପ୍ରଶଂସକମାନେ । ପାଠକମାନେ ଅନ୍ଦାଜ କରିପାରୁଥିବେ ବୋଧହୁଏ ଫିଲ୍ମ ‘କି୍ରଶ-୪’ କଥା ଆମେ ଉଲ୍ଲେଖ କରିଛୁ । ଠିକ୍ ଧରିଛନ୍ତି । ରାକେଶ ରୋଶନ ନିଦେ୍ର୍ଧଶିତ ଏହି ଫିଲ୍ମର ଚତୁର୍ଥ ଭାଗର ଆଭାସ ଫିଲ୍ମ ‘କି୍ରଶ-୩’ର ମୁକ୍ତି ପାଇବାର ୬ ବର୍ଷ ପରେ ମିଳୁଛି । ଶୁଣିବାକୁ ମିଳୁଛି ରିତିକ ଏବଂ ରାକେଶ କାଳେ ଆଗାମୀ ମାସରେ ଏ ଫିଲ୍ମ ସତରେ ଆସୁଛି କି ନାହିଁ ସେ ବିଷୟରେ ଚୂଡାନ୍ତ ଘୋଷଣା କରିବେ ।  ଯଦି ସବୁକିଛି ସିଡୁ୍ୟଲ ଅନୁସାରେ ଚାଲେ ତେବେ ଆସନ୍ତା ବର୍ଷ ଆରମ୍ଭ ବେଳକୁ ଏହାର ସୁଟିଂ ଆରମ୍ଭ ହୋଇଯିବ । ଖବର ଅନୁସାରେ ‘ସୁପର-୩୦’ ଏବଂ ‘ୱାର’ ର ସଫଳତା ପରେ ରିତିକ ଏହି ମୁହୂର୍ତ୍ତରେ ତରବର ହେବାକୁ ଚାହାନ୍ତି ନାହିଁ । ଟିକେ ଭାବିଚିନ୍ତି ଆଗେଇବାର ଯୋଜନା କରିଛନ୍ତି । ବି-ଟାଉନରେ କେହି କେହି ଏକଥା ବି କହୁଛନ୍ତି ‘କି୍ରଶ-୪’ ପାଇଁ ରିତିକ କାଳେ ଫାରହା ଖାନ ଏବଂ ରୋହିତ ସେଟ୍ଟିଙ୍କ ଫିଲ୍ମ ‘ସେଭେନ’ର ସୁଟିଂକୁ ସ୍ଥଗିତ ରଖିଛନ୍ତି । କି୍ରଶ-୪ ର ସୁଟିଂ ବହୁତ ଆଗରୁ ହୋଇଥାଆନ୍ତା । ମାତ୍ର ରାକେଶ ରୋଶନଙ୍କ ଅସୁସ୍ଥତା ପାଇଁ ଏହାର ବିଳମ୍ବ ସୁଟିଂ ହେଉଛି ବୋଲି ଶୁଣାଯାଉଛି । ରିତିକଙ୍କ ଘନିଷ୍ଠ ମହଲରୁ ଯାହା ସୂଚନା ମିଳୁଛି ସେଥିରୁ ଲାଗୁଛି ଆସନ୍ତା ଜାନୁଆରୀ ୧୦ ତାରିଖରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । କାରଣ ସେଇଦିନ ତାଙ୍କ ଜନ୍ମଦିନ ।

    Maximum 500 characters

    କଳା View all

    Find Us on Facebook