Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

IPL

ମୁଖ୍ୟ ଖବର

    ଆଇସିସି ର‍୍ୟାଙ୍କିଙ୍ଗ୍‍: ପ୍ରଥମ ସ୍ଥାନରେ କୋହଲୀ

    Share on :
    ajab-Image
    Date: Apr 1, 2021    Views: 3326

    ଭାରତୀୟ ଅଧିନାୟକ ବିରାଟ କୋହଲୀ ଏକଦିବସୀୟ କ୍ରିକେଟରେ ସର୍ବୋଚ୍ଚ ସ୍ଥାନ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ସେ ୮୭୦ ପଏଣ୍ଟ୍‍ ସହ ପ୍ରଥମ ସ୍ଥାନରେ ଥିବାବେଳେ ରୋହିତ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି କେ.ଏଲ୍‍. ରାହୁଲ୍‍ ୩୧ତମ ସ୍ଥାନରୁ ୨୭ତମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୨ତମ ସ୍ଥାନରେ ଅଛନ୍ତି। ଆଇ.ସି.ସି. ର‍୍ୟାଙ୍କିଙ୍ଗ୍‍ ୧୦୦ତମ ତାଲିକାରେ ରିଷଭ ପନ୍ଥ ସ୍ଥାନ ପାଇଛନ୍ତି।
    ବୋଲର୍‍ମାନଙ୍କ ମଧ୍ୟରେ ଯଶପ୍ରୀତ୍‍ ବୁମ୍‍ରାହ ୬୯୦ ପଏଣ୍ଟ୍‍ ସହ ଚତୁର୍ଥ ସ୍ଥାନରେ ଥିବାବେଳେ ଭୁବନେଶ୍ୱର କୁମାର ୧୧ତମ ସ୍ଥାନରେ ଅଛନ୍ତି। ଟେଷ୍ଟ ର‍୍ୟାଙ୍କିଙ୍ଗ୍‍ରେ ରବିଚନ୍ଦ୍ରନ ଅଶ୍ୱିନୀ ପୂର୍ବଭଳି ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି।

    Maximum 500 characters

    Find Us on Facebook