Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଛତିଶଗଡ଼ ସୁକମାରେ ଏନକାଉଣ୍ଟର. ୪ ମାଓବାଦୀ ନିହତ

banner

ଖେଳ ଖବର

ମୁଖ୍ୟ ଖବର

    କୋହଲିଙ୍କୁ ଗିରଫ ଦାବି, ହାଇକୋର୍ଟରେ ପିଟିସନ୍

    Share on :
    ajab-Image
    Date: Aug 1, 2020    Views: 3076

    ଚେନ୍ନାଇ: ଭାରତୀୟ କି୍ରକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ନାମରେ ମାଡ୍ରାସ ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଛି । ‘ଅନଲାଇନ ଜୁଆ’ର ପ୍ରସାର ପ୍ରଚାରରେ ସମ୍ପୃକ୍ତ ଥିବାରୁ ଉଭୟଙ୍କୁ ଗିରଫ କରାଯାଉ ବୋଲି ଆବେଦନକାରୀ ଜଣଙ୍କ ଦାବି କରିଛନ୍ତି । ସାଧାରଣତଃ କ୍ରୀଡ଼ାବିତ ହୁଅନ୍ତୁ ଅବା ଅଭିନେତା/ଅଭିନେତ୍ରୀଙ୍କର ଷ୍ଟାଇଲ, ଫିଟନେସଙ୍କୁ ଯୁବ ପିଢ଼ି ଅନୁକରଣ କରିଥାନ୍ତି । ସୋସିଆଲ ମିଡିଆରେ ସେମାନଙ୍କର ଅନୁଗାମୀ ପାଲଟି ଯାଆନ୍ତି । ଯେଉଁମାନଙ୍କର ଅଧିକ ପ୍ରଶଂସକ ସେହି ସେଲିବି୍ରଟିଙ୍କୁ ଅଧିକ ବିଜ୍ଞାପନ କରିବାର ସୁଯୋଗ ମିଳେ । ବିଜ୍ଞାପନ ସହ ଯୁବ ପିଢ଼ି ନିଜ ନିଜର ଫେବରିଟ ସେଲିବି୍ରଟିଙ୍କୁ ଦେଖିବା ପରେ ସେହି ଜିନିଷ ପ୍ରତି ଅଧିକ ଆଗ୍ରହୀ ହୋଇଥାନ୍ତି । ତାହା ବେଳେ ବେଳେ ପ୍ରଶଂସକଙ୍କୁ ଘୋର ସମସ୍ୟାରେ ପକାଇଥାଏ । କୋହଲି ଓ ତମନ୍ନା ଙ୍କ ନାମରେ ଯେଉଁ ଅଭିଯୋଗ ହୋଇଛି ସେମାନେ ଏମିତି ଆପରେ ବିଜ୍ଞାପନ କରୁଛନ୍ତି, ଯେଉଁ ଆପରେ ଜଣେ ଲକ୍ଷଲକ୍ଷ ଟଙ୍କା ଜିତି ପାରିବ । ଯାହାକୁ ଅଭିଯୋଗକାରୀ ‘ଅନଲାଇନ ଜୁଆ’ ବୋଲି ନାମିତ କରି ହାଇକୋର୍ଟ ଏହା ଉପରେ ବାସନ୍ଦ ଲଗାନ୍ତୁ ବୋଲି ଦାବି ଉଠାଇଛନ୍ତି ।
    ଟାଇମ ନାଓର ରିପୋର୍ଟ ଅନୁସାରେ, ଚେନ୍ନାଇର ଜଣେ ଆଇନଜୀବୀ ଉଭୟ ସେଲିବି୍ରଟିଙ୍କ ନାମରେ ହାଇକୋର୍ଟରେ ପିଟିସନ କରିଛନ୍ତି । କୋହଲି ଓ ତମନ୍ନା ଯେଉଁ ଆପରେ ପ୍ରଚାର ଓ ପ୍ରସାର କରୁଛନ୍ତି ଯୁବପିଢ଼ି ଏହା ଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ । ଆପ ବ୍ୟବହାର କରି ସବୁ କିଛି ହରାଇବା ଏବଂ ଋଣଗ୍ରସ୍ତ ହେବା ପରେ ଯୁବକମାନେ ଆତ୍ମହତ୍ୟା କରୁଛନ୍ତି । ତାମିଲନାଠଡୁରେ ଏମିତି ବହୁ ମାମଲା ନଜରକୁ ଆସିଲାଣି । ତେଣୁ ହାଇକୋର୍ଟ ଏହି ଆପ ଉପରେ ବାସନ୍ଦ ଲଗାନ୍ତୁ ଏବଂ ଉଭୟ ସେଲିବି୍ରଟିଙ୍କୁ ଗିରଫ ପାଇଁ ନିଦେ୍ର୍ଧଶ ଦିଅନ୍ତୁ ବୋଲି ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି ।

     

    Maximum 500 characters

    ଖେଳ ଖବର View all

    Find Us on Facebook