Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଇନଷ୍ଟାଗ୍ରାମରେ ଆୟ, କୋହଲିଙ୍କ ସ୍ଥାନ କେତେ ଜାଣନ୍ତୁ

    Share on :
    ajab-Image
    Date: Jun 6, 2020    Views: 4789

    ଲଣ୍ଡନ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସାମ୍ପ୍ରତିକ କୋଭିଡ-୧୯ ମହାମାରୀ ଲକଡାନ ବେଳେ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସର୍ବାଧିକ ଆୟକାରୀ ଆଥଲେଟ ତାଲିକାରେ ଶୀର୍ଷ-୧୦ରେ ସାମିଲ ହୋଇଛନ୍ତି । ଏ କ୍ଷେତ୍ରରେ ସେ ବିଶ୍ୱର ଏକମାତ୍ର କି୍ରକେଟର ରହିଥିଲା ବେଳେ ଫୁଟବଲ ତାରକା କି୍ରଷ୍ଟିଆନୋ ରୋନାଲଡଙ୍କ ସହ ଯୋଡ଼ି ହୋଇଛନ୍ତି । କି୍ରକେଟ ସୁପରଷ୍ଟାର କୋହଲି ଶ୍ରେଷ୍ଠ-୧୦ ତାଲିକାରେ ଷଷ୍ଠ ସ୍ଥାନ ପାଇଛନ୍ତି । ମାର୍ଚ୍ଚ ୧୨ ରୁ ମେ’ ୧୪ ତାରିଖ ମଧ୍ୟରେ ‘ଆଟେନ’ ଦ୍ୱାରା ସଂଗୃହୀତ ରିପୋର୍ଟରୁ ଏକ ଚିତ୍ର ମିଳିଛି । ଏହି ସମୟରେ ବିଶେଷ କରି ସାରା ଦେଶ କରୋନା ଭୂତାଣୁ ଯୋଗୁଁ ଲକଡାଉନ ରହିଥିଲା ବେଳେ ଇନଷ୍ଟାଗ୍ରାମ ପୋଷ୍ଟରେ କ୍ରୀଡ଼ାବିତଙ୍କ ଦବଦବା ଜାରି ରହିଥିଲା । ‘ଆଟେନ’ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ତାଲିକା ଅନୁଯାୟୀ କୋହଲି ତାଙ୍କ ପ୍ରୟୋଜନ ପୋଷ୍ଟ ଜରିଆରେ ମୋଟ ୩୭୯,୨୯୪ ପାଉଣ୍ଡ ଆୟ କରିଥିଲେ । ପ୍ରତି ପୋଷ୍ଟ ପାଇଁ ତାଙ୍କ ଆୟ ଥିଲା ୧୨୬,୪୩୧ ପାଉଣ୍ଡ । ଅନ୍ୟ ପକ୍ଷରେ ପର୍ତ୍ତୁଗାଲ ଫୁଟବଲ ତାରକା ରୋନାଲଡୋ ଏହି ତାଲିକାରେ ଶୀର୍ଷରେ ଅଛନ୍ତି । ତାଙ୍କ ମୋଟ ଆୟ ୧.୮ ମିଲିୟନ ପାଉଣ୍ଡ ଥିଲା ବେଳେ ଆର୍ଜେଣ୍ଟିନା ତଥା ଏଫସି ବାର୍ସିଲୋନା ତାରକା ଲିଓନେଲ ମେସି (୧.୨ ମିଲିୟନ ପାଉଣ୍ଡ) ଏବଂ ପିଏସଜି ତାରକା ନେମାର (୧.୧ ମିଲିୟନ ପାଉଣ୍ଡ ) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟରେ ରହିଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook