Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ନିଲମ୍ବିତ

banner

ରାଜ୍ୟ ଖବର

ମୁଖ୍ୟ ଖବର

    ସ୍କୁଲରେ ଆରମ୍ଭ ହେବ କିଚେନ ଗାର୍ଡେନ

    Share on :
    ajab-Image
    Date: Sep 17, 2020    Views: 5808

    ଭୁବନେଶ୍ୱର: ସ୍କୁଲରେ ଆରମ୍ଭ ହେବ କିଚେନ ଗାର୍ଡେନ ବ୍ୟବସ୍ଥା । ସ୍କୁଲ ପରିସରରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରାଯିବ । ମଧ୍ୟାହ୍ନ ଭୋଜନରେ ପନିପରିବାକୁ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ ହେବ । ଭୋଜନ ଯୋଜନା ଅଧୀନରେ ଏହି ଯୋଜନା ଆରମ୍ଭ ହେବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୪୩ ହଜାର ସ୍କୁଲକୁ ୫ ହଜାର ଲେଖାଏଁ ସହାୟତା ପ୍ରଦାନ କରାଯାଇଛି । ଏହା ସହ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ କିଟ୍‍ ପ୍ରଦାନ କରାଯିବ । ବର୍ତ୍ତମାନ କରୋନା ପାଇଁ ସ୍କୁଲ ବନ୍ଦ ରହିଛି । ତେଣୁ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ପରିସରରେ ପରିବା ଚାଷ କରିବେ । ସ୍କୁଲ ଖୋଲିଲେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ । ନୂତନ ଶିକ୍ଷା ନୀତି ଅନୁସାରେ ଛାତ୍ରଛାତ୍ରୀଙ୍କୁ କୃଷି ବିଜ୍ଞାନ ପାଇବାକୁ ଏହା ସହାୟକ ହେବ ।

    ସୂଚନାଯୋଗ୍ୟଯେ, ଏବେ ବିଦ୍ୟାଳୟଗୁଡ଼ିକୁ ପନିପରିବା କିଣିବା ବାବଦରେ ସରକାର ଯେଉଁ ଅର୍ଥ ଦେଉଛନ୍ତି ତାହା ଯଥେଷ୍ଟ ନୁହେଁ  । ପରିବା ଦର ହୁହୁ ହୋଇ ବଢ଼ି ଚାଲିଛି  । ଯେଉଁଥିପାଇଁ ପ୍ରାୟତଃ ସବୁ ସ୍କୁଲରେ ପାଣିଆ ଡାଲମା ପରସା ଯାଉଥିବାର ନଜିର ଦେଖିବାକୁ ମିଳୁଛି  । ତେବେ କିଚେନ ଗାର୍ଡେନ ଦ୍ୱାରା ୍ସ୍କୁଲ ପିଲାଙ୍କ ପାଇଁ ଯଥେଷ୍ଟ ପନିପରିବା ଉପôାଦନ ହୋଇପାରିବ ବୋଲି ଆଶା କରାଯାଉଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook