Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କିରଣ ବେଦୀଙ୍କୁ ରାକ୍ଷସୀ କହିଲେ ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Nov 2, 2019    Views: 1870

    ପୁଡ଼ୁଚେରୀ : ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ପୁଡ଼ୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ରାକ୍ଷସୀ ବୋଲି କହିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଗତକାଲି କଂଗ୍ରେସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନାରାୟଣସ୍ୱାମୀ କହିଥିଲେ, ଲୋକମାନଙ୍କର ଆମ ଉପରେ ବିଶ୍ୱାସ ଅଛି ଏବଂ ସେଥିଲାଗି ଆମେ କ୍ଷମତାରେ ଅଛୁ । ଲୋକମାନଙ୍କ ପାଇଁ ଆମେ ଭଲ କାମ କରିବୁ । ମୁଁ ଏବଂ ମୋର କ୍ୟାବିନେଟ୍ ଲୋକଙ୍କ କଲ୍ୟାଣ ପାଇଁ ଅହରହ କାମ କରୁଥିଲେ ମଧ୍ୟ ଏଠାରେ ଜଣେ ରାକ୍ଷସୀ ଥିବାରୁ ସେ ଆମକୁ ଆଦୌ କାମ କରାଇ ଦେଉନାହାନ୍ତି । ପ୍ରତି କଥାରେ ଉପରାଜ୍ୟପାଳ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ବୋଲି ସେ କହିଥିଲେ । ଉପରାଜ୍ୟପାଳ କିରଣ ବେଦୀ ଆଜି ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀଙ୍କ ଏଭଳି ବୟାନକୁ ଅସଭ୍ୟ ବୋଲି ଦର୍ଶାଇ ଏହା କଦାପି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook