ମୁଖ୍ୟ ଖବର
ଭୁବନେଶ୍ୱର: କିଡନୀ ଦେବା ନାମରେ ଆଉ ଏକ ଠକେଇ ଅଭିଯୋଗ ସାମନାକୁ ଆସିଛି । ୧୮ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଜଣେ ବ୍ୟକ୍ତି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । କିଡନୀ ରାକେଟର କିଙ୍ଗପିନ ହିମାଂଶୁ ଭୂଷଣ ନନ୍ଦଙ୍କ ନାମରେ ଏଭଳି ଅଭିଯୋଗ ଆସିଛି । କିଡନୀ ଠକେଇ ଅଭିଯୋଗରେ ହିମାଂଶୁ ଗିରଫ ହୋଇ ଜେଲରେ ଥିବା ଜଣାଯାଇଛି ।
ସୂଚନା ଥାଉ କି, ହିମାଂଶୁ ଧନୀ ଶ୍ରେଣୀୟ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲେ । ତାଙ୍କୁ ଯୋଗାଯୋଗ କରି ଲୁଚାଛପାରେ ବେଆଇନ୍ ଭାବେ କିଡ୍ନି ଦେବାକୁ ପ୍ରତିଶ୍ରୁତି ଦେଉଥିଲେ । ପରେ କାହାଠାରୁ ୫ଲକ୍ଷ ତ କାହାଠାରୁ ୧୦ଲକ୍ଷ ଟଙ୍କା ଆଦାୟ କରୁଥିଲେ । ଠକେଇ ଟଙ୍କାରେ ହିମାଂଶୁ ରାଜ୍ୟ, ଦେଶ ବାହାରେ ବୁଲି ଅଏସ୍ କରୁଥିଲେ ।
Comments ସମସ୍ତ ମତାମତ