Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କଲେଜରେ ନାଁ ଲେଖାଇବା ବାହାନାରେ ନାବାଳିକାକୁ ଟେକି ନେଲେ

    Share on :
    ajab-Image
    Date: Oct 18, 2020    Views: 4717

    ଭୁବନେଶ୍ୱର : କଲେଜରେ ନାଁ ଲେଖାଇବାକୁ ପ୍ରଲୋଭନ ଦେଖାଇ ଜଣେ ଯୁବକ ନାବାଳିକାକୁ ଟେକି ନେଇଥିବା ଘଟଣା ସାମନାକୁ ଆସିଛି  । ନାବାଳିକା ଜଣକ କୌଶଳ କରି ଖସି ଆସି ବ୍ରହ୍ମପୁର ପୁଲିସ ଦ୍ୱାରା ଉଦ୍ଧାର ହୋଇଛଇ  । ଖବର ପାଇ ପରିବାର ଲୋକେ ମଞ୍ଚେଶ୍ୱର ଥାନା ପୁଲିସ ସହ ବ୍ରହ୍ମପୁର ଯାଇ ନାବାଳିକାକୁ ଆଣିଛନ୍ତି  । ଅପହର୍ତାକୁ ବ୍ରହ୍ମପୁର ପୁଲିସ ଅଟକ ରଖି ମଞ୍ଚେଶ୍ୱର ଥାନା ପୁଲିସକୁ ହସ୍ତାନ୍ତର କରିଛି  ।

    ଘଟଣାରୁ ପ୍ରକାଶ ଯେ, ନାବାଳିକା ଜଣକ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାସ କରିଛନ୍ତି  । ହେଲେ ଅର୍ଥାଭାବରୁ ସେ କଲେଜରେ ନାମ ଲେଖାଇ ପାରିନଥିଲେ  । ଏହି ମଉକାରେ ଅଭିଯୁକ୍ତ ଯୁବକ ନାବାଳିକାକୁ ବାଲିଅନ୍ତାସ୍ଥିତ ଏକ କଲେଜରେ ନାମ ଲେଖାଇଦେବ ବୋଲି କହି ଦୁଇ ଦିନ ପୂର୍ବେ ତାଙ୍କୁ ଘରୁ ଡାକି ନେଇଥିଲେ  । ଜଣାଶୁଣା ହୋଇଥିବାରୁ ପରିବାର ଲୋକେ ଉକ୍ତ ଯୁବକକୁ ସନେ୍ଦହ କରିନଥିଲେ  । ମାତ୍ର ସେଦିନ ନାବାଳିକା ଘରକୁ ନଫେରିବାରୁ ପରିବାର ଲୋକେ ସନେ୍ଦହ କରି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ  । ଏଣେ ଅଭିଯୁକ୍ତ ନାବାଳିକାଙ୍କୁ ନେଇ ବ୍ରହ୍ମପୁରରେ ପହଞ୍ଚôଥିଲେ  । ତେବେ ନାବାଳିକା ଜଣକ ଯୁବକର ମନ୍ଦ ଉଦେ୍ଧଶ୍ୟ ବୁଝିପାରି କୌଶଳକ୍ରମେ ଖସି ଆସି ବ୍ରହ୍ମପୁର ବସଷ୍ଟାଣ୍ଡରେ ପହଞ୍ଚôଥିଲେ  । ସେଠାରେ ସେ କାନ୍ଦୁଥିବା ଦେଖି କିଛି ଲୋକ ପୁଲିସକୁ ଜଣାଇଥିଲେ  । ବ୍ରହ୍ମପୁର ପୁଲିସ ତାଙ୍କୁ ଉଦ୍ଧାର କରିବା ସହ ମଞ୍ଚେଶ୍ୱର ଥାନା ପୁଲିସକୁ ଯୋଗାଯୋଗ କରିଥିଲେ  ।

    Maximum 500 characters

    ତାଜା ଖବର View all

    Find Us on Facebook