Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୧୦୦୦ ଜିଲ୍ଲାରେ ଖୋଲିବ ଖେଲୋ ଇଣ୍ଡିଆ କେନ୍ଦ୍ର

    Share on :
    ajab-Image
    Date: Jun 20, 2020    Views: 4235

    ନୂଆଦିଲ୍ଲୀ :ଦୁଇ ଦିନ ପୂର୍ବରୁ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଖେଲୋ ଇଣ୍ଡିଆ ଉକ୍ରର୍ଷ କେନ୍ଦ୍ର ଖୋଲାଯିବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଘୋଷଣା କରିଥିଲେ । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୮ଟି ରାଜ୍ୟକୁ ବଛା ଯାଇଛି । ପୁଣି ମନ୍ତ୍ରଣାଳୟ ପକ୍ଷରୁ ଆଉ ଏକ ଯୋଜନା ବିଷୟରେ ଘୋଷଣା କରାଯାଇଛି । ଏହି ଯୋଜନା ଅନୁସାରେ ଦେଶର ୧୦୦୦ ଜିଲ୍ଲାରେ ଖେଲୋ ଇଣ୍ଡିଆ କେନ୍ଦ୍ର ଖୋଲିବ । ଏହି କ୍ରୀଡ଼ା କେନ୍ଦ୍ର ଗୁଡ଼ିକ ପୂର୍ବତନ ଚାମ୍ପିଅନ କିମ୍ବା ସେମାନଙ୍କ ମଧ୍ୟରୁ ବନିଥିବା କୋଚଙ୍କ ଦ୍ୱାରା ପରିଚାଳିତ ହେବ ।
    କ୍ରୀଡ଼ାମନ୍ତ୍ରୀ କହିଛନ୍ତି, ଆମ ଦେଶକୁ କ୍ରୀଡ଼ାରେ ସୁପର ପାୱାର କରି ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖିଛୁ । ଆମେ ଏହା ସୁନିଶ୍ଚିତ କରିଦେବାକୁ ଚାହୁଁଛୁ ଯେ ଯୁବକମାନେ କ୍ରୀଡ଼ାକୁ କ୍ୟାରିୟର ଭାବେ ନେଇ ଜୀବନଧାରଣରେ ସମର୍ଥ ହୋଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ କିଛି ପୂର୍ବତନ ଚମ୍ପିଆନ କ୍ରୀଡ଼ାବିତଙ୍କୁ ଚୟନ କରାଯାଉଛି ଯେଉଁମାନେ ନିଜ ଏକାଡେମୀ ପ୍ରତିଷ୍ଠା କରିବେ କିମ୍ବା ଖେଲୋ ଇଣ୍ଡିଆର କୋଚ ଭାବେ କାର୍ଯ୍ୟକରିବେ । ଏହି ସବୁ କ୍ରୀଡ଼ାବିତଙ୍କୁ ନିର୍ଦ୍ଧିଷ୍ଟ ମାନ ଅନୁସାରେ ଚୟନ କରାଯିବ । ଏନଆଇଏସ ସାର୍ଟିଫିକେଟ ପ୍ରାୟ କୋଚମାନେ ମଧ୍ୟ କିଛି ନିର୍ଦ୍ଧିଷ୍ଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କେନ୍ଦ୍ର ଚଲାଇବାକୁ ଅନୁମତି ଦିଆଯିବ ।

    Maximum 500 characters

    ଖେଳ ଖବର View all

    Find Us on Facebook