Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରଥଯାତ୍ରା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଚାହୁଁନାହାନ୍ତି: ଖାରବେଳ

    Share on :
    ajab-Image
    Date: Jun 20, 2020    Views: 3971

    ଭୁବନେଶ୍ୱର: ପୁରୀ କ’ଣ ସାରା ଓଡ଼ିଶାରେ ରଥଯାତ୍ରା ବନ୍ଦ ପାଇଁ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ  । ତେବେ ସୁପ୍ରିମକୋର୍ଟଙ୍କ ରାୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଜଗନ୍ନାଥ ପ୍ରେମୀ  । ରଥଯାତ୍ରା କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଆସୁଥିବାବେଳେ କାଲି ରାୟର ପୁନର୍ବିଚାର ନିମନ୍ତେ ଶଙ୍କରାଚାର୍ଯ୍ୟ ବି ଅନୁରୋଧ କରିଥିଲେ  । କେତେକ ବ୍ୟକ୍ତି ସୁପ୍ରିମକୋର୍ଟରେ ପିଟିସନ ମଧ୍ୟ ଫାଇଲ କରିଥିଲେ  । ଅପରପକ୍ଷରେ ଆଜି ମଧ୍ୟ ୨ ପିଟିସନ ଦିଆଯାଇଛି  । କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ କୁହାଯାଇଛି  । ଆବଶ୍ୟକ ସ୍ଥଳେ ପୁରୀକୁ ସଟଡାଉନ କରି ରଥଯାତ୍ରା କରାଯାଉ ବୋଲି ସୁପ୍ରିମକୋର୍ଟଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି  ।

    ତେବେ ଏହାରି ଭିତରେ ଜଣେ ବିଜେପି ନେତାଙ୍କ ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ । ସେ ହେଉଛନ୍ତି ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ ।  ରଥଯାତ୍ରା ହେବା ଉଚିତ ନୁହେଁ ବୋଲି ସେ କହିବା ସହ ଏହାକୁ ବନ୍ଦ କରାଯାଉ ବୋଲି କହିଛନ୍ତି ।  ଏପରିକି  ରଥଯାତ୍ରା ହେଉ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ଚାହୁଁନଥିବା ସେ କହିଛନ୍ତି । 

    ସେ କହିଛନ୍ତି ଯେ, ଶ୍ରୀମନ୍ଦିର ପରିଚାଳନା କମିଟିର କଥା ଗୁରୁତ୍ୱପୂର୍ଣ୍ଣ ନୁହେଁ ।  ରଥଯାତ୍ରା ହେବା ଅନୁଚିତ । ସୁପ୍ରିମକୋର୍ଟଙ୍କ ରାୟରେ କାୟମ ରହନ୍ତୁ ।  କିଛି ଲୋକ ନିଜ ସ୍ୱାର୍ଥ ପାଇଁ ରଥଯାତ୍ରା କରିବାକୁ କହୁଛନ୍ତି ।  ରଥଯାତ୍ରା ହେଲେ ବିଶ୍ୱସ୍ତରରେ ଦେଶର ଛବି ତଳକୁ ଯିବ । ବହୁତ କ୍ଷତି ହେବ ।  କରୋନା ଦୋଷ ମୁଣ୍ଡାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଚାହୁଁନାହାନ୍ତି । ଅନ୍ୟପକ୍ଷରେ  ରଥଯାତ୍ରା କରିବାକୁ ଚାହୁଁଥିବା ବ୍ୟକ୍ତି ସୁପ୍ରିମକୋର୍ଟରେ କାହିଁକି ଯୁକ୍ତି ବାଢିଲେନି ବୋଲି ଖାରବେଳ ସ୍ୱାଇଁ ପ୍ରଶ୍ନ କରିଛନ୍ତି । 

    ପ୍ରକାଶ ଯେ,ଚଳିତ ବର୍ଷ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।   ଏ ବର୍ଷ  ପାଇଁ ରଥଯାତ୍ରାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି ।  ଏ ବର୍ଷ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରମିକୋର୍ଟ କହିଛନ୍ତି ।  ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ପାଇଁ ରଥଯାତ୍ରାକୁ ବନ୍ଦ ରଖାଯାଇଥିବା ସୁପ୍ରମିକୋର୍ଟ କହିଛନ୍ତି ।   କେବଳ ପୁରୀ ନୁହେଁ ଓଡ଼ିଶାର କେଉଁ ସ୍ଥାନରେ ବି ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook