Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୋଦି ସରକାରକୁ ବ୍ରିଟିଶ ସରକାର ସହିତ ତୁଳନା କଲେ କେଜରିୱାଲ, କାହିଁକି ଜାଣନ୍ତୁ

    Share on :
    ajab-Image
    Date: Mar 1, 2021    Views: 4402

    ମିରଟ: ଆମ ଆଦମୀ ପାର୍ଟି (ଆପ) ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରକୁ ବ୍ରିଟିଶ ସରକାର ସହିତ ତୁଳନା କରିଛନ୍ତି । ମିରଟରେ ଆୟୋଜିତ କିଷାନ ମହାପଞ୍ଚାୟତକୁ ସମ୍ବୋଧନ କରି କେଜରିୱାଲ କହିଛନ୍ତି ଯେ କେନ୍ଦ୍ରର ମୋଦି ସରକାର ବ୍ରିଟିଶ ସରକାର ଠାରୁ ଖରାପ । କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନ କୃଷକଙ୍କ ପାଇଁ ‘ଡେଥ ୱାରେଣ୍ଟ (ମୃତୁ୍ୟ ପରୱାନା) । ନୂଆ ଆଇନ ବଳରେ ପୁଞ୍ଜିପତିମାନେ କୃଷକଙ୍କ ଜମି ହଡ଼ପ କରିନେବେ । କୃଷକମାନେ ଜମିର ମାଲିକା ରହିବା ପରିବର୍ତ୍ତେ ଜଣେ ସାଧାରଣ ଶ୍ରମିକ ଭାବେ କାର୍ଯ୍ୟ କରିବେ । ତେଣୁ ବର୍ତ୍ତମାନ ସମୟ ସେମାନଙ୍କ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛନ୍ତି । ଇଂରେଜ ସରକାର କେବେ ହେଲେ ଦେଶର କୃଷକଙ୍କୁ ଦମନ କରିବାକୁ ଚେଷ୍ଟା କରି ନଥିଲେ କି ସେମାନଙ୍କ ଉପରେ ଅଙ୍କୁଶ ଲଗାଇ ନଥିଲେ । ମାତ୍ର ବର୍ତ୍ତମାନର କେନ୍ଦ୍ର ସରକାର ଇଂରେଜମାନଙ୍କୁ ପଛରେ ପକାଇ ଏବେ କୃଷକଙ୍କ ଦମନ କରିବାକୁ ଚେଷ୍ଟା କରୁଛନ୍ତି । କେଜରିୱାଲ କହିଛନ୍ତି ଯେ କୃଷକମାନେ ଏବେ ଯେଉଁ ଆନେ୍ଦାଳନ କରୁଛନ୍ତି ତାହା ଏକ ମହତ ଆନେ୍ଦାଳନ । ଏହା ପଛରେ କୌଣସିେ ଦଶ ବିରୋଧୀ କାର୍ଯ୍ୟ ନାହିଁ । ଦେଶର ହିତ ଲାଗି ଏହି ଆନେ୍ଦାଳନ ଚାଲିଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook