ମୁଖ୍ୟ ଖବର
ଭୁବନେଶ୍ୱର: ସୋନି ଟିଭିରେ ପ୍ରସାରିତ ଲୋକପି୍ରୟ ଧାରାବାହିକ କୌନ ବନେଗା କରୋଡପତି (କେବିସି)ରେ ଆସିବେ ଓଡ଼ିଆ ଅଧ୍ୟରାପିକା ଡ.ସସ୍ମିତା କର । ଏହି କାର୍ଯ୍ୟକ୍ରମର ସୁଟିଂ ପାଇଁ ଆଜି ମୁମ୍ବାଇ ଯିବେ ଡ.କର । ସେଠାରେ ୨୧ ଓ ୨୩ ତାରିଖରେ ମୁମ୍ବାଇରେ ହେବାକୁ ଥିବା କେବିସି ସୁଟିଂ ରେ ଭାଗ ନେବେ । କେବିସିର ପରିଚାଳକ ତଥା ଲୋକପି୍ରୟ ଅଭିନେତା ଅମିତାଭ ବଚ୍ଚନଙ୍କ ସହ ଆଲୋଚନାରେ ଭାଗ ନେବେ । ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ବିଏଡ ବିଭାଗର ସଂଯୋଜିକା ଡ.କରଙ୍କୁ କେବିସିରେ ସୁଯୋଗ ମିଳିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସୁସ୍ମିତା ମୁମ୍ବା ଯିବା ପୂର୍ବରୁ ତାଙ୍କ ଘର ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ସୁଟିଂ କରାଯାଇଛି । ତେବେ କେବିସିରରେ ଭାଗ ନେବା ପାଇଁ ତାଙ୍କ ପ୍ରକି୍ରୟା ଜୁନରୁ ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି । ପଞ୍ଜିକରଣ କରିବା ପରେ ପ୍ରଥମ ରାଉଣ୍ଡରେ କୁଇଜରେ ଭାଗ ନେଇଥିଲେ । ସେହି ସମୟରେ ମାତ୍ର ୩ଟି ପ୍ରଶ୍ନ ପଚରା ଯାଇଥିଲା । ପରେ ଦ୍ୱିତୀୟ ରାଉଣ୍ଡରେ ୬ଟି ଭିଡିଓ ମାଗିବା ସହିତ ୨୦ଟି ପ୍ରଶ୍ନ ପଚାରିଥିଲେ । କେବିସିରେ ଭାଗ ନେବା ପାଇଁ ଭିଡିଓ ଭଲ ଥିବା ଆବଶ୍ୟକ ବୋଲି ସେ କହିଛନ୍ତି । ସେହିପରି ବ୍ୟକ୍ତିଗତ ସାକ୍ଷାତକାର କରାଯାଇଥିଲା । ପୁଣି ଗୋଟିଏ ରାଉଣ୍ଡ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ପରେ ପ୍ରାୟ ପ୍ରତିଦିନ କିଛି ନା କିଛି ପଚାରୁଥିଲେ । ସସ୍ମିତାଙ୍କ ସ୍ୱାମୀ ସାମ୍ବାଦିକ ସୁକାନ୍ତ କର । ତେବେ ସେ କଟକ ଜିଲ୍ଲା ନିଆଳୀ ବାସିନ୍ଦା ବଟକୃଷ୍ଣ ଷଡଙ୍ଗୀଙ୍କ ଝିଅ ବୋଲି କହିଛନ୍ତି ।
Comments ସମସ୍ତ ମତାମତ