Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

କଳା

ମୁଖ୍ୟ ଖବର

    କ୍ୟାଟି୍ରନାଙ୍କ ‘କେ ବାଏ କ୍ୟାଟି୍ରନା’

    Share on :
    ajab-Image
    Date: Oct 31, 2019    Views: 15

    ବଲିଉଡ଼ ସୁନ୍ଦରୀ କ୍ୟାଟି୍ରନା କୈଫ୍ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ନିଜ ବୁ୍ୟଟି ପ୍ରଡକ୍ଟ ‘କେ ବାଏ କ୍ୟାଟି୍ରନା’ର ବଜାର ପ୍ରବେଶ କରାଇବା ପରେ ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ କରାଯାଇଛି । ଏଇ କିଛି ଦିନ ତଳେ ଆଗାମୀ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀର ସୁଟିଂ ମଧ୍ୟ ଶେଷ ହୋଇଛି । ଏଣୁ କିଛି ଦିନ ପାଇଁ ଆରାମ କରୁଛନ୍ତି କ୍ୟାଟି୍ରନା । ମିଳିଥିବା ଖବର ଅନୁସାରେ ସୁଇଜର ଲ୍ୟାଣ୍ଡ ଭ୍ରମଣରେ ଯାଇଛନ୍ତି ସେ । ଗଣମାଧ୍ୟମ ପାଖକୁ ଯେପରି ଏ ଖବର ନ ପହଞ୍ଚେ ସେଥିପାଇଁ ଖୁବ୍ ସତର୍କତା ଅବଲମ୍ବନ କରୁଛନ୍ତି କ୍ୟାଟି୍ରନା । ଆଜିକାଲି ଆଉ ଅଧିକ ଚଳଚ୍ଚିତ୍ରରେ କାମ କରିବାକୁ ସେ ଆଗ୍ରହ ପ୍ରକାଶ କରୁନାହାନ୍ତି । ବର୍ଷକୁ ଗୋଟିଏ ଭଲ ବ୍ୟାନରର ଚଳଚ୍ଚିତ୍ରରେ କାମ କରିବାକୁ ସେ ପ୍ରାଧାନ୍ୟ ଦେବେ ବୋଲି ତାଙ୍କ ମତ । ବିବାହ ପ୍ରସଙ୍ଗରେ କ୍ୟାଟି୍ରନା ସ୍ମିତ ହସରେ କହିଛନ୍ତି, ଏ ବାବଦରେ ସେ କିଛି ନିଷ୍ପତ୍ତି ନେଇ ନାହାନ୍ତି । କେବଳ ସମୟକୁ ଅପେକ୍ଷା କରିଛନ୍ତି ଯାହା ସମୟ ଅନୁସାରେ ହେବ ।

    Maximum 500 characters

    କଳା View all

    Find Us on Facebook