ମୁଖ୍ୟ ଖବର
ଚୀନର ଉହାନ ସହରର ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣେ ମହିଳା ନିଜର ପଡୋଶୀମାନଙ୍କୁ କରୋନା ଭାଇରସରେ ଆକ୍ରାନ୍ତ କରାଇବା ପାଇଁ ସେମାନଙ୍କ ଘରର କବାଟରେ ଲାଗିଥିବା ହ୍ୟାଣ୍ଡେଲରେ ଛେପ ପକାଉଥିବାର ଜଣାପଡ଼ିଛି । ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ହୋଇଛି । ଉକ୍ତ ଭିଡିଓ ଫୁଟେଜରେ ଦେଖାଯାଇଛି କି ମହିଳା ଜଣକ ରାତି ୧୦ଟାରେ ଆପାର୍ଟମେଣ୍ଟ କରିଡରରେ ଚାଲି ଚାଲି ଯାଉଛନ୍ତି । ସେ ଚାରିଆଡ଼କୁ ଲକ୍ଷ୍ୟ କରି ଆଉ କେହି ଠିଆ ହୋଇଛି କି ନାହିଁ ତାହା ଦେଖୁଛନ୍ତି । ତା ପରେ ସେ ସମସ୍ତଙ୍କ ଘର କବାଟ ହ୍ୟାଣ୍ଡେଲ ଉପରେ ଛେପ ପକାଉଛନ୍ତି । କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଛେପରୁ ବି ଏହା ବ୍ୟାପିପାରେ ବୋଲି କୁହାଯାଉଥିବାରୁ ମହିଳା ଜଣଙ୍କ କାର୍ଯ୍ୟକଳାପ ଅତି ସନେ୍ଦହଜନକ ମନେ ହେଉଛି । ଆହୁରି ମଧ୍ୟ ସେ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ମଧ୍ୟରୁ ୩୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅଧିକାଂଶ ରୋଗୀ ଏବଂ ସେମାନଙ୍କ ପରିବାର ଲୋକେ ନିଜକୁ ଘର ମଧ୍ୟରେ ବନ୍ଦୀ କରି ରଖିଥିଲେ । ଅର୍ଥାତ ସଂକ୍ରମଣ ନ ବ୍ୟାପିବା ପାଇଁ ସେମାନେ ଘରୁ ବାହାରକୁ ବାହାରୁନଥିଲେ । ଏଭଳି ସ୍ଥଳେ ଉକ୍ତ ମହିଳା ପଡୋଶୀମାନଙ୍କୁ କରେନାରେ ଆକ୍ରାନ୍ତ କରାଇବା ପାଇଁ ଏପରି ହରକତ କରିଥିବାର ସନେ୍ଦହ କରାଯାଉଛି । କିନ୍ତୁ ସେ ନିଜେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁଳ, ତାହା ସ୍ପଷ୍ଟ ହୋଇପାରିନାହିଁ । ଆପାର୍ଟମେଣ୍ଟର ଲୋକମାନଙ୍କଠାରୁ ଅଭିଯୋଗ ପାଇଁ ସ୍ଥାନୀୟ ପୁଲିସ ଉକ୍ତି ମହିଳାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିଛି ।
Comments ସମସ୍ତ ମତାମତ